ଡ଼ିସେମ୍ବର ୨୦ ସୁଦ୍ଧା ହିଞ୍ଜିଳି ବସ ଟର୍ମିନାଲ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ : ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ହିଂଜିଳି ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଡ଼ିସେମ୍ବର ୨୦ ତାରିଖ  ସୁଦ୍ଧା ନିର୍ମାଣଧିନ ବସ ଟର୍ମିନାଲ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସକାଳ ୭ଟାରେ ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ହିଂଜିଳିକାଟୁ ପୌରାଂଚଳରେ ନିର୍ମାଣଧିନ ଥିବା ବସ ଟର୍ମିନାଲ ବୁଲି ଦେଖିବା ସହ ନକ୍ସାରେ ସାମାନ୍ୟ ପରିବର୍ତନ କରିବାକୁ ନିର୍ଦ୍ଦେଶ ଦେବା ସହ ଡ଼ିସେମ୍ବର ୨୦ ତାରିଖ  ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଠିକାଦାର ସରୋଜ କୁମାର ଶଥପଥୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ନିର୍ମର୍ାଣଧିନ ଥିବା ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିଥିଲେ । ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିିୟନ୍ତ୍ରିତ କରିବାକୁ ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ଆଙ୍କୋରୋଡ଼ା ଗ୍ରାମ ଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ହିଂଜିଳି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି କଦର୍ଯ୍ୟ ହୋଇ ପଡ଼ିଥିବା ବେଳେ ରାସ୍ତାକୁ ନିର୍ମାଣ କରିବା ସକାଶେ ପୂର୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଠାରୁ ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁ ଗ୍ରାମରେ ପଂହଚି ଆଦର୍ଶ ବିଦ୍ୟାଳୟ ନିକଟରେ ନିର୍ମାଣଧିନ ଥିବା ୧୦୦ ସିଟ୍ ବିଶିଷ୍ଟ ହଷ୍ଟେଲର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ପୂର୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ଏସଡ଼ିଓ ଦିଲ୍ଲିପ କୁମାର ମିଶ୍ର, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଲଡ଼ୁ କିଶୋର ପଣ୍ଡା, ପୌର ପରିଷଦ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପ୍ରମୁୂଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଚଳିତ ମାସ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଦିଲ୍ଲିପ କୁମାର ମହାନ୍ତି ହିଂଜିଳି ଗ୍ରସ୍ତ କରି ନିର୍ମାଣଧିନ ବସ ଟର୍ମିନାଲ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ବିଭିନ୍ନ ସମୟରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ହିଂଜିଳି ବସଷ୍ଟାଣ୍ଡକୁ ଘନ ଘନ ଗ୍ରସ୍ତ କରି ନିର୍ମାଣ କାମ ତଦାରଖ କରୁଛନ୍ତି । କାମ ତ୍ୱରାନ୍ନିତ ବେଳେ ଏବେ ବସଷ୍ଟାଣ୍ଡର ନକ୍ସାକୁ ବଦଳାଯିବାକୁ ସ୍ଥିର କରାଯାଇଛି ।  ବସ ଟର୍ମିନାଲ ସକାଶେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ୩ କୋଟି ୨୧ ଲକ୍ଷ ଟଙ୍କା ମଂଜୁର ହୋଇଛି ।୨୦୧୮ ମସିହାରେ ଉକ୍ତ କାର୍ଯ୍ୟ ସକାଶେ ଠିକାଦାରଙ୍କସହ ଚୁକ୍ତି ହୋଇଥିଲେ ମଧ୍ୟ ବାସ୍ତବରେ ୨୦୧୮ ମସିହା ଜୁନ ୨୧ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଜାନୁୟାରୀ ପହିଲା ସୁଦ୍ଧା ବସ ଟର୍ମିନାଲ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସକାଶେ ତତକାଳୀନ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ । ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ବସ ଟର୍ମିନାଲର କାର୍ଯ୍ୟ ଆଜି ସୁଦ୍ଧା ଶେଷ ହୋଇ ପାରିନାହିଁ ।ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ