ଦୁଇ କର୍କଟ ପୀଡ଼ିତ ଶିଶୁଙ୍କୁ ଆର୍ଥିକ ସହାୟତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଯୁବ ସଂଗଠନର ପଞ୍ଚମ ବାର୍ଷିକ ଉତ୍ସବ ଖଣ୍ଡଗିରି ପୁରୁଣ ବସ୍ଷ୍ଟାଣ୍ଡ୍ରେ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନୟକ ଯୋଗଦେଇ ସମାଜ ମଙ୍ଗଳ ହୁଣ୍ଡିର ଏହି ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ । ଦୁଇଜଣ କର୍କଟ ପୀଡ଼ିତ ଶିଶୁଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ସାଲିଆସାହି ବସ୍ତିର ୪ ବର୍ଷୀୟ ବାଳକ ରୋହନ ପ୍ରଧାନ (ଚକ୍ଷୁ କର୍କଟ ରୋଗୀ)ଙ୍କୁ ୨୩,୭୫୬ ଟଙ୍କା ଓ ପୁରୀ କଣାସ ଅଞ୍ଚଳର ସତ୍ୟନାରାୟଣ ସ୍ୱାଇଁ (ରକ୍ତ କର୍କଟ)ଙ୍କୁ ୨୪୦୯୭ ଟଙ୍କା ସମାଜ ମଙ୍ଗଳ ହୁଣ୍ଡିକୁ ପ୍ରଦନ କରାଯାଇଥିଲା । ପ୍ରତି ଭଲ କାମକୁ ଗଣମାଧ୍ୟମ ପ୍ରାଧାନ୍ୟ ଦିଅନ୍ତୁ ଏବଂ ଭଲ ବ୍ୟକ୍ତିମାନଙ୍କ ପାଇଁ ସମାଜରେ ଭଲ କାମ ହେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଫଟୋ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସନ୍ତୋଷ ପଣ୍ଡା, ସମାଜସେବୀ ବିଶ୍ୱଜିତ୍ ଦାସ, ସଂଗ୍ରାମ ବଳିୟାରସିଂ ଓ ନିରଞ୍ଜନ ସାହୁ ପ୍ରମୁଖଙ୍କୁ ସାରସ୍ୱତ କୃତି ପାଇଁ ସମ୍ବର୍ଦ୍ଧନ ଜ୍ଞାପନ କରାଯାଇଥିଲା । ଏଥିସହ ଶତାଧିକ ଅସହାୟ ଗରିବଙ୍କୁ କମ୍ବଳ ବଣ୍ଟନ କରଯାଇଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାମାଜିକ କର୍ମୀ ସସ୍ମିତା ଦାସ, ବାପି ମହାନ୍ତି, ଯୁବନେତା ଅମରେଶ ଜେନା, କର୍ପୋରେଟର ଅଶ୍ୱିନୀ ସୁନ୍ଦରାୟ, ସ୍ତମ୍ଭକାର ବନ୍ଦନା ହରିଚନ୍ଦନ, ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ଅଭିନେତା ମିଟୁ ମିଥୁନ, ସ୍ମୃତି ରଞ୍ଜନ ମହାନ୍ତି, ପ୍ରଫେସର ଜ୍ଞାନେନ୍ଦ୍ର ପଲାଇ ପ୍ରମୁଖ ଯୋଗ ଦେଇଥିଲେ । ସମାଜ ମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଙ୍ଗଠନର ସଭାପତି ଚିତ୍ତରଞ୍ଜନ ଦାସ ପରିଚାଳନା କରିଥିଲେ ।


