ବନ୍ୟପ୍ରାଣୀଙ୍କ ପିଇବା ପାଇଁ ହେବ ଚେକଡ୍ୟାମ
ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକ୍ସନର ମାଁ ସେନାପତିଙ୍କ ପୀଠକୁ ପରିଦର୍ଶନ ପାଇଁ ଆସିଥିଲେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା।ଏହା ପୂର୍ବରୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ,ମଣିତରର ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ,ସମିତି ସଭ୍ୟଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଓ ସାମ୍ବାଦିକ ଅନିଲ କୁମାର ମହାରଣାଙ୍କ ସମେତ ମଣିତରାର କେତକ ଗ୍ରାମବାସୀ ସେନାପତି ପୀଠରେ ଥିବା ବିଟ୍ରିଶ ଅମଳର ଭଗ୍ନ ଫରେଷ୍ଟ ବଙ୍ଗଳା, ଧ୍ୱଂସ ପାଇଥିବା କାଠପୋଲ ଓ ପଞ୍ଚଭୂତି ମାଣିତରା ବି.କରଡ଼ାବାଡ଼ି ଫରେଷ୍ଟ ରୋଡ଼ ବୁଲି ଦେଖିକରି ଆସିବା ପରେ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଜିଲ୍ଲା ପରିଷଦ ବୈଠକରେ ଏସବୁର ପୁନରୁଦ୍ଧାର ପାଇଁ ପ୍ରଶ୍ନ ଉଠାଇଥିଲେ। ସେ ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଡ଼ିଏଫଓ ଶ୍ରୀ ବେହୁରାଙ୍କ ସମେତ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା,ସହବନାଞ୍ଚଳ ଅଧିକାରୀ ଦୁଃଶାସନ ପ୍ରଧାନ ଓ ମଣିତରା ବନପାଳ ସରସ୍ୱତୀ ନାୟକ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ବୃନ୍ଦ ମାଁ ସେନାପତି ପୀଠକୁ ଆସି ପରିଦର୍ଶନ କରିଥିଲେ।ଡ଼ିଏଫଓ ଏକ ସୁନ୍ଦର ମତ ପ୍ରକାଶ କରି କହିଥିଲେଯେ ପ୍ରଥମେ ଜଙ୍ଗଲ ହେଉଛି ବନ୍ୟପ୍ରାଣୀଙ୍କ ଓ ତାପରେ ଦ୍ଵିତୀୟରେ ହେଉଛି ଗ୍ରାମବାସୀଙ୍କ ଏବଂ ତୃତୀୟରେ ହେଉଛି ଆମ ବନ ବିଭାଗର।ସେଥି ପାଇଁ ପ୍ରଥମେ କାଠପୋଲ ଠାରେ ଏକ ଚେକଡ୍ୟାମ ନିର୍ମାଣ ହେଲେ ବନ୍ୟ ପ୍ରାଣୀଙ୍କ ପିଇବା ପାଣି ସୁବିଧା ହୋଇପାରିବ। ଏଥି ସହ ଫରେଷ୍ଟ ରାସ୍ତାର ମଧ୍ୟ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦେଇଥିଲେ।ମାଁ ସେନାପତି ପୀଠର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଡ଼ିଏଫଓ ଶ୍ରୀ ବେହୁରା ପ୍ରତିଶ୍ରୁତି ପ୍ରଦାନ କରିଥିଲେ।


