ଉତ୍କଳ କେଶରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ କିଶୋର ଆଚାର୍ଯ୍ୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତ ପକ୍ଷରୁ ହାଟଡିହି ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ଓୟୁଜେ ସଂଘର ଉପସଭାପତି ଓ ଆନନ୍ଦପୁର ପ୍ରେସ କ୍ଲବର ଉପସଭାପତି ଥିବା କିଶୋର ଚନ୍ଦ୍ର ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ କେବଳ ନିଜର ଲେଖନୀ ବଳରେ ଏ ଅଞ୍ଚଳର ଅନେକ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରାଇବାରେ ସଫଳ ହୋଇପାରିଛନ୍ତି । ସେ ସାହିତ୍ୟ ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ନିଜକୁ ସାମିଲ କରି ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ହୋଇ ପାରିଛନ୍ତି । ରକ୍ତଦାନ ହେଉ କିମ୍ବା ବୃକ୍ଷ ରୋପଣ ସେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ଆଜି ସର୍ବତ୍ର ଗ୍ରହଣୀୟ ହୋଇପାରିଛନ୍ତି । ସେ ଜଣେ ନିର୍ଭିକ ସମ୍ବାଦିକ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ଆଜି ଡ. ସୁଧାଶୁଂ ଶେଖର ନାୟକଙ୍କ ସଭାପତିତ୍ୱରେ ଉତ୍କଳ କେଶରୀ ସାହିତ୍ୟ ସଂସଦ ବନ୍ତର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ପବିତ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ପୁର୍ଣ୍ଣଚନ୍ଦ୍ର ବହଳି, ସମ୍ନାନୀତ ଅତିଥି ଭାବେ ଡ. ଗୋଲକ ଚନ୍ଦ୍ର ସାହୁ, ଡ. ରାମଚନ୍ଦ୍ର ନାୟକ, ବିଶିଷ୍ଟ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଜଗନ୍ନାଥ ପାତ୍ର ପ୍ରମୁଖ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।