ତାରିଣୀବ୍ରତ ପାଇଁ ଛେନାପଦି ବିଶ୍ୱ ତାରିଣୀ ମନ୍ଦିରରେ ଭିଡ଼

ହାଟଡିହି (ଓ୍ବାଇଏନଏସ): ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ମଙ୍ଗଳବାର, ଆଜି ମା ତାରିଣୀଙ୍କ ବ୍ରତ। ଏଥିପାଇଁ କେନ୍ଦୁଝର ଜିଲ୍ଲାର ଛେନାପଦି ଛକରେ ଥିବା ମା ବିଶ୍ୱ ତାରିଣୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ମା”ଙ୍କ ପାଖକୁ ଛୁଟି ଆସିଥିଲେ ବ୍ରତ ବାନ୍ଧିବା ପାଇଁ। ସକାଳର ମଙ୍ଗଳ ଆଳତୀ, ପହିଲି ଧୂପ ପରେ ଶ୍ରଦ୍ଧାଳୁ ମାନେ ମା’ତାରିଣୀଙ୍କ ନିକଟରେ ପୂଜାର୍ଚନା କରି ପରିବାରର ମଙ୍ଗଳ କାମନା କରି ବ୍ରତ ଧାରଣ କରୁଥିବା ଦେଖିବାକୁ ମିଳିଥିଲା । ହଳଧର ଦେହୁରୀ, ନାଣ୍ଡୁ ଦେହୁରୀ ପ୍ରମୁଖ ମା ଙ୍କ ନିକଟରେ ପୂଜାର୍ଚନା କରିଥିବା ବେଳେ ମନ୍ଦିର କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସମସ୍ତ ବ୍ୟବସ୍ଥା କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ