ପିଲାଙ୍କ ଖେଳ ପଡିଆ ମଧ୍ୟରେ ହଷ୍ଟେଲ ଅତିରିକ୍ତ ଗୃହ ନିର୍ମାଣ ଉଦ୍ୟମ.କୁ ବିରୋଧ

ଫୁଲବାଣୀ, (ସୁନୀଲ କୁମାର ବେହେରା):ରାଜ୍ୟ ସରକାର କ୍ରୀଡ଼ା ର ବିକାଶ ପାଇଁ ଓଡିଶା ରେ ହକି ଖେଳକୁ ପ୍ରୋତ୍ସାହନ ଦେଇ ଆନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ କରୁଥିବାବେଳେ ଏପଟେ ଫୁଲବାଣୀ ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ରେ ଥିବା ଖେଳପଡିଆ କୁ ନଷ୍ଟ କରି ସେଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଅତିରିକ୍ତ ହଷ୍ଟେଲ ଗୃହ ନିର୍ମାଣ କରିବାନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି l ଫଳରେ ଛାତ୍ରୀଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି lବର୍ତମାନଉକ୍ତ ପଡିଆରେ ଖେଳ ଚାଲିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଓ ସିନିଅର ଟିସି ଙ୍କ ଉପସ୍ଥିତି ରେ ବୁଧବାର ଜେ ସିବି ଆଣି ଯୋର ଜବରଦସ୍ତ ଖେଳପଡିଆ ଭିତରେ ଫାଉଂଡେସନଖୋଳାଯାଉଥିବା ଦେଖିବାକୁ ମିଳିଛି l ହଷ୍ଟେଲ ନିର୍ମାଣ ପାଇଁ ଅନ୍ୟ ଖାଲି ସ୍ଥାନ ଥିବା ବେଳେ ହଷ୍ଟେଲ ଗୃହ ନିର୍ମାଣ ପାଇଁ ପଡିଆକୁ ଖୋଳିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି lଠିକାଦାର ଓ ଯନ୍ତ୍ରୀ ମିଶି ଲକ୍ଷାଧିକ ଟଙ୍କା ହରିଲୁଟ କରିବାକୁ ଖେଳ ପଡିଆ କୁ ନଷ୍ଟ କରି ଏଭଳି ହୀନ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି l
ଅନ୍ୟ ଖାଲିସ୍ଥାନ ଟି ଗାତ ହୋଇଥିବାରୁ ସେଠାରେ ଠିକାଦାର ଙ୍କୁ ମାଟି ଭର୍ତ୍ତି କଲେ କାଳେ କ୍ଷତି ହେବ ଆଉ ଯନ୍ତ୍ରୀ ଙ୍କୁ ମୋଟା ଅଙ୍କର ପିସି ମିଳିବନି ସେଥିପାଇଁ ଯନ୍ତ୍ରୀ ଏଭଳି ହୀନ ଚକ୍ରାନ୍ତ କରୁଥିବା କୁହାଯାଉଛି lଏ ନେଇ ଯନ୍ତ୍ରୀ ଙ୍କୁ ପଚାରିଲେ ଖେଳ ରୁ କଣ ମିଳିବ, ଅମର ଯେଉଁଠି ସୁବିଧା ସେଇଠି ହେବ ବୋଲି କହୁଛନ୍ତି l ଯାହାକି ହାସ୍ୟାସ୍ପଦ l ଜିଲାପାଳ ଖୋଦ ନିଜେ ଆସି ଦେଖନ୍ତୁ ଆଉ ସ୍ଥାନ ନିରୂପଣ କରନ୍ତୁ ବୋଲି ଅଭିଭାବକ ମାନେ ଦାବିକରିଛନ୍ତିl ଏ ପଟେ ଆମ ପଡିଆ ନଷ୍ଟ କଲେ ଆମେ କେଉଁଠି ଖେଳିବୁ ବୋଲି କହୁଛନ୍ତି lଫାଇପ ଟି ଅନ୍ତର୍ଭୁକ୍ତ ଏହି ବିଦ୍ୟାଳୟ ରେ ଖେଳପଡିଆ ର ଉନ୍ନତି କରଣ ପାଇଁ ଗତ କିଛିମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ କରି ସମତୁଲ କରି କ୍ରୀଡ଼ଉପଯୋଗୀ କରାଯାଇଥିଲା l ଏବେ ନଷ୍ଟ କରାଯାଉଥିବାରୁ ସବୁ ମହଲ ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ