ଯୁବ ବ୍ୟବସାୟୀ ଅପହରଣ ଓ ହତ୍ୟା ଘଟଣା ରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଗିରଫ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଯୁବ ବ୍ୟବସାୟୀକୁ ଅପହରଣ ପରେ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ଗିରଫ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ସ୍ଥାନ ଓ ହତ୍ୟାର ସମସ୍ତ କାହାଣି ପୁଲିସ୍କୁ କହିଛି। ଅଭିଯୁକ୍ତକୁ ସାଙ୍ଗରେ ଧରି ପୁଲିସ୍ ବିଭିନ୍ନସ୍ଥାନକୁ ବୁଲିଥିବା ଜଣାପଡିଛି। ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଦିଆନିଆକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଶୁଣିବାକୁ ମିଳିଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସଂର୍ପକରେ ପୁଲିସ୍ କୌଣସି ସୂଚନା ଦେଇନାହିଁ।ହିତେନକୁ ଚଳିତ ମାସ ୧୩ ତାରିଖ ମଙ୍ଗଳବାର ଦିନ ଅପରାହ୍ନରେ ଅପରହରଣ କରାଯାଇଥିବ ତାଙ୍କ ପତ୍ନୀ ଥାନରେ ଅଭିଯୋଗ କରିଥିବା ବଳେ ପୁଲିସ୍ ସେହି ସମୟରେ ଆଜି ଅପରାହ୍ନ ସାଢେ ୪ ଟା ସମୟରେ ଥାନା ଅଧିକାରୀ ଧୀରେଶ କୁମାର ଦାସ ମୁଖ୍ୟ ଅଭିଯୁକ୍ତକୁ ସାଙ୍ଗରେ ନେଇ ବାଉଁଶଲୁଣ୍ଡି ଠାରେ ଥିବା ଏକ ଧୂପକାଠି ଗୋଦାମକୁ ନେଇଥିଲା। ସେଠାରେ ହିଁ ଅଭିଯୁକ୍ତ ମାନେ ହିତେନକୁ ଅପହରଣ କରି ଲୁଚାଇ ରଖିବା ସହ ତାକୁ ହତ୍ୟା କରିଥିବା ଅନୁମାନ କରାଯାଉଛି।ମୃତକ ଧରାକୋଟ ବ୍ଳକ ରୁଗୁମୁ ଗ୍ରାମର ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ଧରି ଭଞ୍ଜନଗର କେନାଲ ସାହିରେ ରହି ଷ୍ଟେଟ୍ ବ୍ୟାଙ୍କ ଛକ ଠାରେ ଏକ ଦୋକାନ ରହିଥିଲା। ତାକୁ ଗତ ୧୩ ତାରିଖ ଦିନ ଅପରାହ୍ନରେ ସମୟରେ ଭେଜିପୁଟ ଇଲାକାର ଜଣେ ଯୁବକ ସୋଲାର ପ୍ରକଳ୍ପ ସଂର୍ପକରେ କଥା ହେବା ନେଇ ଘରୁ ଡାକି ନେଇଥିଲା। ଏହାପରେ ପରିବାର ଲୋକେ ହିତେନ ସହ ଯୋଗାଯୋଗ କରିବା ପାଇଁ ବହୁ ଚେଷ୍ଟା କରିଥିଲଲେ ମଧ୍ୟ ବିଫଳ ହୋଇଥିଲେ। ପରେ ସେହି ଦିନ ରାତିରେ ହିତେନଙ୍କ ପତ୍ନୀ ମିନତୀ କୁମାରୀ ବିଷୋୟୀ ସ୍ବାମୀଙ୍କୁ ଅପହରଣ କରି ନେଇଥିବା ସନ୍ଦେହ କରି ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଥିଲା। ମୋବାଇଲ ସୁଇଚଅପ ରହିଥିବାରୁ ତଦନ୍ତ ପ୍ରକ୍ରିୟା ଆଗକୁ ବଢି ପାରୁନଥିଲା। ତଦନ୍ତ ପରେ ପୁଲିସ୍ ଗତ ୧୮ ତାରିଖ ଦିନ ହିତେନର ମୃତଦେହ ଠାବ କରିଥିବା ବେଳେ ଗତ ୧୯ ତାରିଖ ଦିନ ଅନ୍ୟତମ ଅଭିଯୁକ୍ତ ତ୍ରିପତି ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ମାନେ ମଧ୍ୟ ପୁଲିସ୍ ଜାଲରେ ପଡିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ