ମୋବାଇଲ ଲାଇଟରେ ଆଦିବାସୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ମାଧବପଲ୍ଲୀ ହେଉଛି ଏକ ଆଦିବାସୀ ଗ୍ରାମ। ସମସ୍ତ ପରିବାର ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଡିସେମ୍ବର ୨୩ ତାରିଖ ଦିନ ମାଧବପଲ୍ଲୀ ଗ୍ରାମକୁ ଯାଇଥିଲେ ଲୋକଙ୍କ ସମସ୍ୟା ବୁଝିବା ପାଇଁ। ଆଦିବାସୀ ମହିଳାମାନେ ନିଜ ଗ୍ରାମରେ ମନ୍ତ୍ରୀଙ୍କୁ ବନ୍ଦାପନା କରି ପାଛୋଟି ନେଇଥିଲେ ସାହିମଧ୍ୟକୁ। ସାହି ମଝିରେ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସ୍ଥାନ ନିରୂପଣ କରିଥିଲେ ଗ୍ରାମବାସୀ। ମନ୍ତ୍ରୀ ମାଧବପଲ୍ଲୀକୁ ଗଲାବେଳେ ହୋଇଯାଇଥିଲା ରାତ୍ର ସମୟ। ସେହି ସମୟକୁ ଚାଲିଯାଇଥିଲା ବିଦ୍ୟୁତ ଶକ୍ତି। ମୋବାଇଲ ଲାଇଟ ଆଲୁଅରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଗ୍ରାମକୁ ଭଲ ରାସ୍ତା ନିର୍ମାଣ ପାଇଁ ଓ ବନ୍ଧ ନିର୍ମାଣ ପାଇଁ ଅନୁରୋଧ କରିଥିଲେ ଗ୍ରାମବାସୀ। ଆସନ୍ତା ବର୍ଷ ରାସ୍ତା ନିର୍ମାଣ କରିବା ପାଇଁ କହିଥିବା ବେଳେ ତୁରନ୍ତ ବନ୍ଧ କାର୍ଯ୍ୟ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଶ୍ରମ ମନ୍ତ୍ରୀ। ମନ୍ତ୍ରୀଙ୍କ ସହ ଯାଇଥିଲେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ