ପୋଲସରା ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମରେ ଡିସେମ୍ବର ୨୩ ତାରିଖ ଦିନ ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନ ମଣ୍ଡି ଉଦଘାଟନ କରିଥିବା ବେଳେ ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାର ଚାଷୀମାନଙ୍କ ଲାଗି କରିଥିବା ବିଭିନ୍ନ ଯୋଜନା ଉପରେ ମନ୍ତ୍ରୀ ଶ୍ରୀ ସାହୁ ଆଲୋକପାତ କରିଥିଲେ। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରଙ୍କ ନିର୍ଧାରିତ ଦରରେ ଧାନ କିଣିବା ଲାଗି ସ୍ୱୀକୃତି ପ୍ରଦାନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପୋଲସରା ବ୍ଲକର ୪୪୦୦ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ୧ ଲକ୍ଷ ୪ ହଜାର ୪୯୮ କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି ଯୋଗାଣ ଅଧିକାରୀ ହେମନ୍ତ ପ୍ରଧାନ ସୂଚନା ଦେଇଥିଲେ। ଧାନ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ସମସ୍ତ ସମବାୟ ସମିତିର ସମ୍ପାଦକ, ସମସ୍ତ ମିଲର, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ,ଓ ବିକ୍ରମ କୁମାର ନାୟକ, ଘନଶ୍ୟାମ ଦାସ, ତାପସ ପ୍ରଧାନ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ସମେତ ସମସ୍ତ ଜନ ପ୍ରତିନିଧି,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ସିଆରପି ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ