ଦେବର୍ଷି ଶିକ୍ଷା ନିକେତନ ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :ସହରର ଖପରାପଦା ସ୍ଥିତ ଦେବର୍ଷି ଶିକ୍ଷା ନିକେତନର ୧୯ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସଂଘ ‘ଓଷ୍ଟା’ର ସଭାପତି ବାଦଲ ଚନ୍ଦ୍ର ପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଛୋତ୍ରଛାତ୍ରୀଙ୍କୁ କବଳ ଶିକ୍ଷାଗ୍ରହଣରେ ସୀମିତ ନ ରଖି ସମାଜରେ ଜଣେ ଭଲ ମଣିଷ ଭାବେ ଗଢ଼ିବା ପାଇଁ ଉଦ୍ୟମ କରିବାକୁ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ପ୍ରାଧ୍ୟାପକ ଡ. ଶିରୀଶ ଚନ୍ଦ୍ର ଜେନା ଏଥିରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥାରେ ଉତ୍ସବର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଅର୍ଥବଳ ଅପେକ୍ଷା ଦୃଢ଼ ଇଚ୍ଛାଶକ୍ତି ହିଁ ମଣିଷକୁ ସଫଳତା ଆଣିଦେଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । ପୂର୍ବତନ ପୌର-ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅରୁଣ କୁମାର ପାତ୍ର, ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଫଳତା ପ୍ରାପ୍ତିର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଦେବର୍ଷି ଶିକ୍ଷା ନିକେତନର ପରିଚାଳନା ସମିତି ସଭାପତି ଗୌରଶ୍ୟାମ ମିଶ୍ରଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଭାଗବତ ଚନ୍ଦ୍ର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର ବାର୍ଷିକ ମୁଖପତ୍ରକୁ ଉନ୍ମୋଚନ କରିଥିଲେ । ଏଥି ସହିତ ଶିକ୍ଷୟତ୍ରୀ ସତ୍ୟଭାମା ମୁଦୁଲିଙ୍କୁ ଶିକ୍ଷକ ଗୌରବ ସମ୍ମାନ ଓ ସ୍ୱର୍ଗତ ବୀରେନ୍ଦ୍ର ନାଥ ପ୍ରଧାନଙ୍କ ଧର୍ମପତ୍ନୀ କରୁଣାମୟୀ ପ୍ରଧାନଙ୍କୁ ଦକ୍ଷ କାର୍ଯ୍ୟାଳୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଗୌରାଙ୍ଗ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ମାନସ ରଞ୍ଜନ ପାତ୍ର, ଅନନ୍ତ କୁମାର ପରିଡ଼ା, ଯୋଗେଶ୍ୱର କବି, ନିବେଦିତା ଦେ, ଶୁଭ୍ରାଜ୍ୟୋତି ଶବର, ସୁଚିସ୍ମିତା ରାଉତ, ସୁନୀତି ନାୟକ, ଶୁଭସ୍ମିତା ନାୟକ, ମଧୁସ୍ମିତା ମହନ୍ତ, ଅଲିଭା ଗିରି, ତନୁଜା ପରୱିନ, ଚନ୍ମୟୀ ପାତ୍ର, ବିଜୟନୀ ଘଡ଼େଇ, ସ୍ମୃତିରେଖା ନାୟକ, ବିଶ୍ୱରଞ୍ଜନ ପାତ୍ର, ଅନୀତା ଦାସ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ