ଦୁଇଟି ସ୍ଥାନରେ ଚାକିରି କରିବା ମହଙ୍ଗା ପଡିଲା
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍):ଦୁଇ ଯାଗାରେ ଚାକିରି । ଦୁଇ ଯାଗାରୁ ଦରମା । ଶେଷରେ ଧରା ପଡିଲେ ଦୁଇ ବ୍ୟକ୍ତି । ଦୁଇଜଣ ଯାକ ପ୍ରଥମେ ବୋଟ ଡ୍ରାଇଭର ଭାବେ ବ୍ଲକରେ ନିଯୁକ୍ତି ପାଇଲେ । ପୁଣି ଆହାର କେନ୍ଦ୍ରରେ କାମ କଲେ । ଧରା ପଡିବା ପରେ ସେମାନଙ୍କ ଠାରୁ ଅର୍ଥ େ ଫେରସ୍ତ ସହ ସେମାନଙ୍କ ବିରୁଦ୍ଧରେ ଏପଂ.ଆଇ.ଆର. ଦାଏର ପାଇଁ ନିର୍ଦ୍ଦେଶ ଦେଇଛି । ପ୍ରଶାସନ । ସୁଶାନ୍ତ କୁମାର ବିଶ୍ୱାଳ ପିତା ସତ୍ୟାନନ୍ଦ ଡ୍ରାଇଭର ଭାବେ ଧର୍ମଶାଳା ବ୍ଲକରେ ଓ ତ୍ରିଲୋଚନ ପ୍ରଧାନ, ପିତା ଶ୍ରୀବତ୍ସ ପ୍ରଧାନ ବଡଚଣା ବ୍ଲକରେ କାର୍ଯ୍ୟ ଆରମ୍ଭ କଲେ ୨୦୧୬ ମସିହାରେ । ତେବେ ୨୦୧୬ ରେ ଆହାର କେନ୍ଦ୍ର ଖୋଲିବା ପରେ ଟଚ ଷ୍ଟୋନ ପାଂଉଣ୍ଡେସନ, ଭୁବନେଶ୍ୱରଙ୍କ ଅଧିନରେ ଆହାର କେନ୍ଦ୍ରରେ କାର୍ୟ୍ୟ ଆରମ୍ଭ କଲେ । ଯାଜପୁର ରୋଡରେ ଏ ଦୁଇ ବ୍ୟକ୍ତି ୨୦୧୬ ଠାରୁ କାର୍ଯ୍ୟ କରୁଚ୍ଥନ୍ତି । ଏ ସଂପର୍କରେ ପ୍ରଶାସନକୁ ସୂଚନା ମିଳିବା ପରେ ଏହାର ଅନୁସନ୍ଧାନ କରାଯାଇଥିଲା । ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ନିଜେ ଏହାର ତଦନ୍ତ କରିଥିଲେ । ଏପରିକି, ମହାନ୍ତି ଶୁକ୍ରବାର ଯାଜପୁର ରୋଡ ଆହାର କେନ୍ଦ୍ର ପରିଦର୍ଶନ କରି ଏ ଦୁଇ ବ୍ୟକ୍ତିଙ୍କୁ ଠାବ କରିବା ସହ ଠକାମିର ସତ୍ୟତା ସଂପର୍କରେ ଦୃଢ ନିଶ୍ଚିତ ହେଲେ । ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ସୁଶାନ୍ତ ଓ ତ୍ରିଲୋଚନଙ୍କ ନାମରେ ଏପଂ.ଆଇ.ଆର. ରୁଜୁ ସହ ସେମାନଙ୍କ ଠାରୁ ପ୍ରଦାନ କରାଯାଇଥିବା ଅର୍ଥ ପେଂରସ୍ତ ଆଣିବା ପାଇଁ ସଂପୃକ୍ତ ବି.ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହିପରି ଟଚ ଷ୍ଟୋନ ପାଂଊଣ୍ଡେସନ ଉଭୟ କର୍ମଚାରୀଙ୍କୁ ତୁରନ୍ତ ଆହାର କେନ୍ଦ୍ରରୁ ବହିଷ୍କାର ପାଇଁ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ବ୍ଳ୍କରେ ଅବହେଳା କରିଥିବା ବା ଏହି ଦୁଇ କର୍ମଚାରୀଙ୍କୁ ସହଯୋଗ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଚ୍ଥି । ପରବର୍ତ୍ତୀ ସମୟରେ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଚ୍ଥନ୍ତି ।ଶ୍ରୀ ମହାନ୍ତି ସୁଶାନ୍ତ ଓ ତ୍ରିଲୋଚନଙ୍କ ନାମରେ ଏପଂ.ଆଇ.ଆର. ରୁଜୁ ସହ ସେମାନଙ୍କ ଠାରୁ ପ୍ରଦାନ କରାଯାଇଥିବା ଅର୍ଥ ପେଂରସ୍ତ ଆଣିବା ପାଇଁ ସଂପୃକ୍ତ ବି.ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହିପରି ଟଚ ଷ୍ଟୋନ ପାଂଊଣ୍ଡେସନ ଉଭୟ କର୍ମଚାରୀଙ୍କୁ ତୁରନ୍ତ ଆହାର କେନ୍ଦ୍ରରୁ ବହିଷ୍କାର ପାଇଁ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ବ୍ଲକରେ ଅବହେଳା କରିଥିବା ବା ଏହି ଦୁଇ କର୍ମଚାରୀଙ୍କୁ ସହଯୋଗ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଚ୍ଥି । ପରବର୍ତ୍ତୀ ସମୟରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଚ୍ଥନ୍ତି ।