ଖରସ୍ରୋତା ମହାବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

ବିଝାରପୁର, (ପ୍ରଦୀପ କୁମାର ମଲ୍ଲିକ): ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ଦ୍ୱାରା ସଂସ୍କୃତ ଦିବସ ବହୁ ରୂଚିପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶ ନାମାନୁସାରେ ସମଗ୍ର ଭାରତ ବର୍ଷରେ ସଂସ୍କୃତ ସପ୍ତାହ ପାଳନ କରାଯାଇଥିବା ବେଳେ ସେଥିରୁ ବାଦ୍ ପଡିନାହିଁ ଖରସ୍ରୋତା ମହାବିଦ୍ୟାଳୟ , ଯେଉଁ ସଂସ୍କୃତ ଭାଷା ସମସ୍ତ ଭାଷାର ଜନନୀ , ଯେଉଁ ଭାଷାରେ ଆମର ଭାରତୀୟ ସଂସ୍କୃତନିହିତ ହୋଇ ରହିଅଛି । ଯେଉଁ ଭାଷାରେ ବେଦ, ଉପନିଷଦ, ରାମାୟଣ, ମହାଭାରତ , ଅଷ୍ଟାଦଶ ପୁରାଣ, ବାସ୍ତୁଶାସ୍ତ୍ର, ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର, ପ୍ରଭୃତି ରଚିତହୋଇଛି । ଯେଉଁ ସଂସ୍କୃତ ଭାଷା ଭାରତବର୍ଷକୁ ବିଶ୍ଵ ଦରବାର ରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି, ସେହି ଭାଷାକୁ ନେଇ ଗର୍ବ ଅନୁଭବ କରୁଥିବା ସଂସ୍କୃତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏକ ସଭାର ଆୟୋଜନ କରିଥିଲେ । ଆୟୋଜିତ ସଭାରେ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ସ୍ଵାଗତ ଭାଷଣ ପ୍ରଦାନ ସହ ସଭା ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସଂସ୍କୃତ ଭାଷାର ଦଶା ଓ ଦିଶା ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବରେ ବରୁଣେଶ୍ଵର ମହାବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟ ଅରୁଣ ବିକାଶ କର ଯୋଗଦାନ କରି ସଂସ୍କୃତ, ସଂସ୍କୃତ ଭାଷା ତଥା ସଂସ୍କୃତ ଦିବସ ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ବିଜୟ କୁମାର ପତି, ମୀନକେତନ ତ୍ରିପାଠୀ, ଅଧ୍ୟାପିକା ରୂପାଲୀ ମହାରଣା, ସଂସ୍କୃତ ଭାଷାର ମହନୀୟତା ବିଷୟରେ ସ୍ଵକୀୟ ମତ ରଖିଥିଲେ । ବିଭାଗର ଅଧ୍ୟାପିକା ଅର୍ପିତା ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ  । ଅଧ୍ୟାପକ ବୈଭବ ନାୟକ, ଚିତ୍ତରଂଜନ ସାହୁ, ସତ୍ୟବ୍ରତ ସେଠୀ, ବିବେକ ମେହେର, ପ୍ରଦୀପ କୁମାର ରାଉଳ,ଚନ୍ଦନ ପତି, ନୀଳମଣି ମଲ୍ଲିକ, ଆଧ୍ୟାପିକା ଜ୍ୟୋତିପ୍ରଭା ମହାନ୍ତି, ରୂ ବି ଏକା , ଡ. ଗାୟତ୍ରୀ ଧଳ ଯୋଗଦେଇଥିଲେ |ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସଂସ୍କୃତ ବିଭାଗର ଅଧ୍ଯାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ କାର୍ଯ୍ୟ କ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ। ଶାନ୍ତି ପାଠପୂର୍ବକ ସଭାକାର୍ଯ୍ୟର ପରିସମାପ୍ତି ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ