ଇନ୍ଦୁପୁର ସତ୍ୟସାଇ ସେବା ସମିତିିର ବାର୍ଷିକୋତ୍ସବ ଓ ପୂଜ୍ୟପୂଜା ସମ୍ମାନ ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ସତ୍ୟସାଇ ସେବା ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ୫ଘଟିକା ସମୟରେ ଓଁକାରମ, ସୁପ୍ରଭାତମ ଓ ନଗର ସଂକୀର୍ତ୍ତନ ନାମରୁ ଆରମ୍ଭ କରି ସମୂହ ସେବାକାର୍ଯ୍ୟ କରାଯାଇଥିଲା । ଦିବ୍ୟ ପ୍ରଶାନ୍ତ ଧୈାଜା ଉତ୍ତୋଳନ ପରେ କୁନି କୁନି ପିଲାମାନେ ବାଳବିକାଶ ଶୋଭାଯାତ୍ରାରେ ଆସି ସଭାସ୍ଥଳ ଚରପଡାସ୍ଥିତ ବାସୁଳାଇ ବିଦ୍ୟାଳୟରେ ପହଞ୍ଚି ସତସଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କୁନି କୁନି ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଜ୍ଞ ତଥା ଆଧ୍ୟାତ୍ମିକ ବାଦୀ ସମାଜସେବୀ ଓ ଭଗବାନ ସତ୍ୟସାଇ ବାବାଙ୍କର ଅନୁପ୍ରାଣିତ ଦାମୋଦର ଧଳ, ଗୋବିନ୍ଦ ଚନ୍ଦ୍ର ସାହୁ, ଗୁରୁଚରଣ ଜେନା, କାମଦେବ ଶତପଥୀଙ୍କୁ ପୂଜ୍ୟପୂଜାରେ ମାନପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଇଂ ନରହରି ପତି ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଗୋବିନ୍ଦ ଚନ୍ଦ୍ର ନାୟକ ସତ୍ୟସାଇ ସେବା ସଂଗଠନର କାର୍ଯ୍ୟ ଓ ମୁଖ୍ୟବକ୍ତା ଡାକ୍ତର ଜୀତେନ୍ଦ୍ର କୁମାର ଭଞ୍ଜ କୁନି କୁନି ପିଲାମାନଙ୍କୁ ଭଗବାନ ସତ୍ୟସାଇଙ୍କ ବାଣୀକୁ କାର୍ଯ୍ୟରେ ରୂପାନ୍ତରିତ କଲେ ମାନବତାରୁ ମାଧବତ୍ୱରେ ପହଞ୍ଚି ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ସମିତିର ସଂଯୋଜକ ଦେବାଶିଷ ସାହୁଙ୍କ ସହିତ ଭରତ ଚନ୍ଦ୍ର ଜେନା, କୁଳମଣି ରାଉତ, ନିର୍ମଳ ଜେନା, ଅଦୈତ ଜେନା, ନାରାୟଣ ଦାଶ, ନରେନ୍ଦ୍ର କୁମାର ଧଳ, ଡମ୍ବରୁଧର ବିଶ୍ୱାଳ, ବାସନ୍ତୀ ପତି, ସୈାଦାମିନୀ ପଣ୍ଡା, ସଞ୍ଜୁଲତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଆରତୀ ପ୍ରଦାନ ପରେ ପ୍ରସାଦ ସେବନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ