୨୮ରୁ ବାଲେଶ୍ୱରରେ ଯୁବ ମହୋତ୍ସବ ‘ୱାଓ’

ବାଲେଶ୍ୱର, (ସରୋଜ ପଣ୍ଡା):କୋଭିଡ କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ଧରି ବନ୍ଦ ଥିବା ବାଲେଶ୍ୱରର ଅନ୍ୟତମ ଯୁବ ଓ କିଶୋର ମହୋତ୍ସବ ‘ୱାଓ’ ଚଳିତ ବର୍ଷ ବେଶ ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଉତ୍ସାହ ଉଦ୍ଦୀପନା ତଥା ଶୃଙ୍ଖଳା ମଧ୍ୟରେ ଆୟୋଜିତ ହେଉଥିବା ୧୩ ତମ ‘ୱାଓ’ ମହୋତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ଉତ୍ସବ କମିଟି କର୍ମକର୍ତ୍ତାମାନେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହୋତ୍ସବ ପାଇଁ ୨୪ ତାରିଖରୁ କ୍ୟାରେମ ପ୍ରତିଯୋଗିତା ଜାରି ରହିଥିବା ବେଳେ ଆସନ୍ତାକାଲି ଅର୍ଥାତ ୨୭ ତାରିଖ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଓ କର୍ମଶାଳା ଏବଂ ଫୁଡଫେଷ୍ଟ ଆରମ୍ଭ ହେବ ।ଏହାକୁ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।୨୮ ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଯୁବ, କିଶୋର ଓ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ ।୨୮ ତାରିଖ ସଂଧ୍ୟାରେ ମୁମ୍ବାଇର ରିଭୋଲେସନ ଟ୍ରୁପ ନୃତ୍ୟ ସଙ୍ଗୀତ ପରିବେଷଣ କରୁଥିବା ବେଳେ୨୯ ସଂଧ୍ୟାରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱୟମ ପାଢ଼ୀ, ଶର୍ମିଷ୍ଠା ସରକାର, ସିରିନ ସରକାର ଓ କୋଲକାତାର ଖ୍ୟାତନାମା ଡ୍ୟାନ୍ସ ଟ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୩୦ ତାରିଖ ସଂଧ୍ୟାରେ ଇଣ୍ଡିଆନ ଗଟ ଟ୍ୟାଲେଣ୍ଟର ଫାଇନାଲ ବିଜେତା ଏମ ସୋନିକ ତଥା ତାଙ୍କ ଟ୍ରୁପ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ୱାଓ ଉତ୍ସବ କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ୱାଓ କାର୍ଣ୍ଣିଭାଲର ପ୍ରତ୍ୟହ ସନ୍ଧ୍ୟାରେ ପ୍ରଶାସନିକ ଅଧିକାର, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଅତିଥି ଭାବେ ଯୋଗଦେବାକୁ ସମ୍ମତ୍ତି ଜଣାଇଥିବା ସେମାନେ କହିଛନ୍ତି । ଏହି ଉତ୍ସବକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଦର୍ଶକ ଯୋଗ ଦେବାକୁ କମିଟି କର୍ମକର୍ତ୍ତାମାନେ ସମସ୍ତଙ୍କୁ ନିବେଦନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ୱାଓ କମିଟିର ଅଧ୍ୟକ୍ଷ ଅସିତ ଦାସ, ଉପାଧ୍ୟକ୍ଷ ଡ. ଶ୍ରୀମାନ ଶ୍ରୀଚନ୍ଦନ ଓ ନିଶିଥି କୁମାର ବାରିକ, ସଭାପତି ଅରଜିତ ଘୋଷାଲଙ୍କ ସମେତ ଶୁଭଦୀପ ଚକ୍ରବର୍ତ୍ତୀ, ସଂଜୟ ସାମନ୍ତ, ଯୋଗେଶ ମହାନ୍ତି, ସୁରେଶ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ