ବଂଶୀଧର ଚୌଧୁରୀଙ୍କ କବିତା ସଂକଳନ ‘ଧୁନ’ ଉନ୍ମୋଚିତ

ବାଲେଶ୍ୱର, (ସରୋଜ ପଣ୍ଡା):ସାରସ୍ୱତ ସାଧକ ଡ.ବଂଶୀଧର ଚୌଧୁରୀଙ୍କ କବିତା ପୁସ୍ତକ \”ଧୁନ’ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ଇଂଜିନିୟର୍ସ ଏସୋସିଏସନ ସଭାଗୃହରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ପ୍ରାବନ୍ଧିକ ଡ. ରାଧାରଂଜନ ପଟ୍ଟନାୟକ ସଭାପତିତ୍ୱ ସହ ‘ଭାବ ଚେତନାର ବୈଚିତ୍ର‌୍ୟମୟ ବିମୁଗ୍ଧ କାବ୍ୟ ପୁରୁଷକୁ କବିଟିଏ ଖୋଜିଚାଲେ’ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଚୌଧୁରୀ ଡାକ୍ତର ସତ୍ୟବ୍ରତ ନନ୍ଦ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୂର୍ଯ୍ୟଙ୍କ କିରଣ ଉପରେ ପୃଥିବୀର ଅଧିକାର ରହିବା ଭଳି ଜଣେ କବିର କବିତା ଉପରେ ପାଠକର ଅଧିକାର ଥାଏ ବୋଲି କହିଥିଲେ । ତେବେ ‘ଧୁନ’ କବିତା ସଂକଳନ କାଳଜୟୀ ଧୁନର ପ୍ରତିଧ୍ୱନି ସୃଷ୍ଟ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧକ୍ଷ ଡ. ସୁବାସ ଚନ୍ଦ୍ର ପାତ୍ର ଯୋଗଦେଇ ଧୁନ କବିତା ସଂକଳନରେ ସତ୍ୟ ଓ ବାସ୍ତବତାର ମୁହୂର୍ତ୍ତ ମୁହୂର୍ତ୍ତର ପରୀକ୍ଷା ଫଳ ପ୍ରତିଫଳିତ ହୋଇଛି ବୋଲି କହିଥିଲେ । ଏଥିରେ କବିଙ୍କ ଚିନ୍ତା ଓ ଚେତନାର ନୀରବ ସ୍ୱାକ୍ଷର ରହିଛି ବୋଲି ମତ ଦେଇଥିଲେ । ଡ.ସନ୍ତୋଷ କୁମାର ନାୟକ, ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ.ଲଷ୍ମୀକାନ୍ତ ତ୍ରିପାଠୀ, କବୀ ଯଶୋଧରା ଦାସ, ସମାଜ ବାଲେଶ୍ୱର ବ୍ୟୁରୋ ମୁଖ୍ୟ ସ୍ତମ୍ଭକାର କୁଳମଣି ବାରିକ ଏବଂ ସୃଜନାକ୍ଷର ପତ୍ରିକାର ସଂଯୋଜକ ପ୍ରସନ୍ନ ପାତ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ଚୌଧୁରୀଙ୍କ କାବ୍ୟ ଚେତନାର ଉତ୍ତରଣ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । କବି ଡ. ଚୌଧୁରୀ ଏଥିରେ ଉପସ୍ଥିତ ନଜ ଲେଖକୀୟ ଅନୁଭୁତି ଓ ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ । କବି ଜ୍ୟୋସ୍ନା ରାୟ ଅତିଥଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ କବି ଜଳଧର ପଣ୍ଡା ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ । ବାଲେଶ୍ୱର ସାହିତ୍ୟ ସଂସ୍କୃତି କଳା ପରିଷଦ ସଭାପତି କବି ଉମେଶ ଚନ୍ଦ୍ର ବାରିକ ପ୍ରାକ କଥା ରଖିଥିବା ବେଳେ ସ୍ୱାବଲମ୍ବନ ପ୍ରକାଶନ ମୁଖ୍ୟ ସନ୍ତୋଷ ବାରିକ ଏବଂ ସହଯୋଗୀ ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ ଧୁନ ସଂକଳନ ପ୍ରକାଶନ ସମ୍ପର୍କରେ ମତାମତ ଦେଇଥିଲେ । ଡା. ଅଭିମନ୍ୟୁ କାନୁନଗୋ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ