ଜଳିଗଲା ବର୍ଜ୍ୟବସ୍ତୁ ବୋଝେଇ ଟ୍ରକ

ଅନୁଗୋଳ, : ୫୫ନଂ. ଜାତୀୟ ରାଜପଥର ପଞ୍ଚମହଲା ନିକଟରେ ଏକ ଟ୍ରକ୍‌ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପଞ୍ଚମହଲାଠାରେ ଥିବା ହମ୍ପ୍‌ସଗୁଡିକ ପାର ହେଉଥିବା ସମୟରେ ଏପରି ଘଟିଛି ବୋଲି ଅଗ୍ନିଶମ ଅଧିକାରୀ ସର୍ବେଶ୍ବର ବରାଳ ସୂଚନା ପ୍ରଦାନ କରିଛନ୍ତି।

ପ୍ରାଥମିକ ତଦନ୍ତ ସୂଚନାନୁଯାୟୀ, ଟ୍ରକ୍‌ (ଓଡି ୦୪-କେ-୫୪୦୦) ସମ୍ବଲପୁରରୁ ବର୍ଜ୍ୟବସ୍ତୁ ନେଇ ଅନୁଗୋଳ ଅଭିମୁଖେ ରାଜପଥରେ ଆସୁଥିଲା। ତେବେ ପଞ୍ଚମହଲା ନିକଟରେ ଥିବା ହମ୍ପସ୍‌ଗୁଡିକ ପାର ହେଉଥିବା ସମୟରେ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକକୁ ଧକ୍କା ଦେବାରୁ ଗାଡ଼ି ଇଞ୍ଜିନରୁ ହଠାତ୍‌ ଅଗ୍ନି ସଂଯୋଗ ହୋଇ କ୍ୟାବିନ୍‌ରେ ଲାଗିଥିଲା। ଫଳରେ ଟ୍ରକଟି ଜଳି ଉଠିଥିଲା। ଟ୍ରକ୍‌ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏପରିକି ଗାଡ଼ି ଛାଡ଼ି ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଛନ୍ତି ବୋଲି ଅଗ୍ନିଶମ ଅଧିକାରୀ ବରାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନିଆଁ ଲାଗିଥିବା ଟ୍ରକଟି ରାଜପଥରେ ଛିଡା ହୋଇଥିବାରୁ ଗାଡି ଚଳାଚଳରେ ସମସ୍ୟା ଉପୁଜିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ