‘ବିପଦର ବନ୍ଧୁ’ର ନୂଆ ପ୍ରୟାସ ; ଭୋକରେ ରହିବେ ନାହିଁ ଅସହାୟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଲୋକମତରେ କୁହାଯାଏ ନୂତନ ବର୍ଷରେ ଆମେ ଯାହା କରିବା ତାହା ଆମକୁ ସମ୍ପୂର୍ଣ ବର୍ଷ ସାରା କରିବାକୁ ପଥ ପ୍ରଦର୍ଶନ କରିଥାଏ। ଏହି ପରିପ୍ରେକ୍ଷୀରେ ‘ବିପଦର ବନ୍ଧୁ’ ପକ୍ଷରୁ କେହି ଅସହାୟ ତଥା ଭିକ୍ଷୁକ ଚଳିତ ବର୍ଷ ଭୋକରେ ନରୁହନ୍ତୁ ଏହି ଉଦେଶ୍ୟକୁ ଲକ୍ଷ୍ୟ କରି ନୂତନ ବର୍ଷ ରେ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ମାନେ ସାଙ୍ଗ ସାଥିରେ ମୌଜ ମଜଲିସ ନକରି ଭଞ୍ଜନଗର ସ୍ଥିତ କୁଷ୍ଟା ରୋଗୀ ଆଶ୍ରମ, ବସ ଷ୍ଟାଣ୍ଡ, ସାଇ ମନ୍ଦିର, ରଘୁନ୍ନାଥ ମନ୍ଦିର, ହନୁମାନ ମନ୍ଦିର ସମେତ ରାସ୍ତା କଡରେ ଭିକ୍ଷା କରୁଥିବା ଅସହାୟ ବ୍ୟକ୍ତି ଓ ମାନସିକ ବିକାର ଗ୍ରସ୍ତ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ବିଭିନ୍ନ ଫଳ ଆଦି ବଣ୍ଟନ କରିଥିଲେ। ପରିଶେଷରେ ତନରଡା ଗ୍ରାମର ଟୁନା ଡାକୁଆ ଙ୍କ ଘରେ ପହଞ୍ଚି ଅସହାୟ ଭାବରେ ଜୀବନ ବିତାଉଥିବା ଗରିବ ପରିବାର କୁ ଚାଉଳ, ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ପରିବାର ର ସମସ୍ତ ଦାୟିତ୍ବ ବହନ କରାଯିବା ନେଇ ସଂଗଠନ ର ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ ।


