ଟିଏସ୍ଏଫ୍ ପକ୍ଷରୁ ଗୁଆଲିଠାରେ କମ୍ପ୍ୟୁଟର ଓ ଇଂରାଜୀ ଶିକ୍ଷା କେନ୍ଦ୍ର ଉଦଘାଟିତ

ଯୋଡ଼ା, (ସମୀର କୁମାର ଦାସ):ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତାର ବିକାଶ ଓ ଏହାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଏନ୍ଆଇଆଇଟି ଫାଉଣ୍ଡେସନ୍ ସହଭାଗିତାରେ ସୋମବାରଦିନ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁଆଲିଠାରେ ଏକ କମ୍ପ୍ୟୁଟର ଏବଂ ଇଂରାଜୀ ଶିକ୍ଷା କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରକୁ ଯୋଡ଼ା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାୟକ ଉଦଘାଟନ କରିଥିବାବେଳେ ଟାଟା ଷ୍ଟିଲ କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପ ଚିଫ୍ ଦିପକ ବେହେରା, ଗୁଆଲି ଗ୍ରାମ ପଞ୍ଚାୟତ ସରପଞ୍ଚ ବିଦ୍ୟାଧର ନାୟକ; ଟିଏସ୍ଏଫ୍ କଳମଙ୍ଗ ୟୁନିଟ୍ ଲିଡ଼ ସଞ୍ଜୟ ସରଦାର ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । ଏହି କେନ୍ଦ୍ର ଗୁଆଲି, ଗନ୍ଧଲପଡ଼ା, ପାଣ୍ଡୁଲିପୋଷି, କେନ୍ଦୁଡିହ, ନୂଆଗାଁ, ତୋପାଡିହ ଏବଂ ଲୋଡ଼ିପଡ଼ା ଗ୍ରାମ ଓ ଏହା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ନିମନ୍ତେ ବେଶ ଲାଭଦାୟକ ସାବ୍ୟସ୍ତ ହେବ । ଛାତ୍ରଛାତ୍ରୀମାନଙ୍କ ପ୍ରୟୋଗାତ୍ମକ ଦକ୍ଷତା ବୃଦ୍ଧି କରିବା ପାଇଁ ଏହି କେନ୍ଦ୍ରରେ କମ୍ପ୍ୟୁଟର ଓ ଏବଂ ଇଂରାଜୀ ପାଠ୍ୟକ୍ରମ ଉପରେ ମୌଳିକ ପ୍ରଶିକ୍ଷଣ ପ୍ରଦାନ ଉପରେ ବିଶେଷ ରୂପେ ଗୁରୁତ୍ୱ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୫୧ ଜଣ ଛାତ୍ରଛାତ୍ରୀ ଏହି କେନ୍ଦ୍ରରେ ନାମ ଲେଖାଇ ସାରିଛନ୍ତି ।ଏହି କେନ୍ଦ୍ର ଖୋଲିବା ଉପରେ ଖୁସି ପ୍ରକାଶ କରି ଶ୍ରୀ ନାୟକ କହିଛନ୍ତି ଯେ, “ମୁଁ ଟିଏସ୍ଏଫ୍କୁ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଉଛି । ଏହା ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତାର ବିକାଶ ସହିତ ସେମାନଙ୍କ ନିଯୁକ୍ତିଗତ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହେବ ।”ଅନ୍ତର୍ଭୁକ୍ତକାରୀ ବିକାଶ ଏବଂ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ପ୍ରଶିକ୍ଷଣ ତଥା ପରାମର୍ଶଗତ ମଡେଲ ଗଠନ କରିବା ଏହି ପଦକ୍ଷେପର ପ୍ରମୁଖ ଲକ୍ଷ୍ୟ । ଟିଏସ୍ଏଫ୍ ଆଗାମୀ ଦିନରେ ମଧ୍ୟ ଏଭଳି ଅନେକ ପଦକ୍ଷେପ ନେବାକୁ ଯୋଜନା ପ୍ରସ୍ତୁତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ