ବାଇକ ଓ କାର ମୁହାଁ ମୁହିଁ ଧକ୍କା ବାଇକ ଆରୋହୀ ମୃତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରୀ ଗ୍ରାମ ନିକଟସ୍ଥ ରାଜନାପଲ୍ଲୀ ରାସ୍ତାରେ ସୋମବାର ସକାଳୁ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଅଭିନାଶ ରେଡ୍ଡୀ ବୋଲି ଜଣାପଡ଼ିଛି ।ଖବର ପ୍ରକାରେ ମୃତ ଅଭିନାଶ ଗଜପତି ଜିଲ୍ଲା ଅଭିମୁଖେ ଆଜି ସକାଳୁ ବାଇକ ଓଡି ୦୭ ଏମ୍ ୬୮୨୪ ଯୋଗେ ଯାଉଥିବା ବେଳେଏହି ସମୟରେ ବିପରୀତ ଦିଗରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଡି ୩୦ ଇ ୪୫୪୫ ଏକ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଯାହାଫଳରେ କାର ଧକ୍କାରେ ବାଇକ ସହ ଅଭିନାଶ ରାସ୍ତା କଡ଼କୁ ଉଡ଼ି ଏକ ଗଛରେ ଲାଗି ଯାଇଥିଲେ । ଏଥିସହ କାରଟି ମଧ୍ୟ ହୋଇ ବିଲ ଭିତରକୁ ଖସି ଯାଇଥିଲା । ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୋଡ଼ାମାରୀ ଫାଣ୍ଡି ଏସ ଆଇପହଞ୍ଚି ଆମ୍ବୁଲାନ୍ସ ଯୋଗେ ବାଇକ ଚାଳକ ଓ କାର ଡ୍ରାଇଭରଙ୍କ ସମେତ ଯାତ୍ରୀ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଉପସ୍ଥିତ ଡାକ୍ତର ଅଭିନାଶଙ୍କୁ ମୃତ ଘୋଷଣା କରିଥିବା ବେଳେ ପୋଲିସ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।


