ପୋଲିସ କନେ୍ଷ୍ଟବଳଙ୍କ ସହାନୁଭୂତି
ଏବେଏବେ ପଞ୍ଜାବରେ ଜଣେ ପୋଲିସ କନେ୍ଷ୍ଟବଳଙ୍କ ଉଦାରତା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଜଣେ ମହିଳାଙ୍କ ପୁଅ ମାଲେସିଆ ଜେଲରେ ବନ୍ଦୀ ଥିବାବେଳେ ତାଙ୍କୁ ଫେରାଇ ଆଣିବାକୁ କହି ଭୋ ଭୋ ହୋଇ କାନ୍ଦୁଥିଲେ । ଏହି ସମୟରେ ଉକ୍ତ କନଷ୍ଟେବଳ ଜଣକ ପାଖକୁ ଆସି ଧ୍ୟାନର ସହ ତାଙ୍କଠାରୁ ସବୁକଥା ଶୁଣି ତାଙ୍କୁ କୋଳାଗ୍ରତ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଇଣ୍ଡିଆନ୍ ପୋଲିସ ଫାଉଣ୍ଡେଶନ ପକ୍ଷରୁ ଟୁଇଟରରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି । କ୍ୟାପ୍ଶନରେ ଲେଖାଯାଇଛି, ଏହି କନଷ୍ଟେବଳ ଜଣକ ସବୁ ପୋଲିସ ଅଧିକାରୀଙ୍କ ପାଇଁ ଉଦାହରଣ । ତାଙ୍କ ସମ୍ବେଦନଶୀଳତା ଏବଂ ସହାନୁଭୂତି ଦେଖନ୍ତୁ, ବୃଦ୍ଧା ମହିଳା ଜଣଙ୍କ କଥାକୁ ଧ୍ୟାନର ସହ ଶୁଣି ତାଙ୍କ ଆଖିରୁ ଲୁହ ପୋଛୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସମାନେ ଉକ୍ତ କନେ୍ଷ୍ଟବଳଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ।