ଫ୍ରୀଡ଼ମ ସ୍ବେଛାସେବୀ ସଂଗଠନର ଏକାଦଶ ପ୍ରତିଷ୍ଠା ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାରସିଂ ଗ୍ରାମରେ ଏଗାର ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ଫ୍ରୀଡ଼ମ ନାମକ ସ୍ବେଛାସେବୀ ସଂଗଠନ ଆଜି ତାର ଏକାଦଶ ପ୍ରତିଷ୍ଠା ଦିବସ ପାଳନ କରିଛି।ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ବନାଞ୍ଚଳ ଅଧିକାରୀ ଅମ୍ଳାନ ନାୟକ, ରାମଗିରି ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟ, ଆର. ଉଦୟଗିରି ବ୍ଲକର ବରିଷ୍ଠ ସମାଜସେବୀ, ସାଂସଦ ପ୍ରତିନିଧି ତଥା ସଂଗଠନର ଉପଦେଷ୍ଟା ଜଗବନ୍ଧୁ ଦାସ ଫ୍ରୀଡମ ସଂସ୍ଥାର ମୁଖ୍ୟ ତ୍ରିନାଥ ବିଶୋଇରତ୍ନ ସମ୍ପାଦକ ନୀଳମାଧବ ନାୟକ, ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ଅଂଚଳରେ ରହୁଥିବା ବହୁ ବରିଷ୍ଠ ଜନସାଧାରଣ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ପାଳନ କରିଥିଲେ।ସଭା ପରିଚାଳନା କରିଥିଲେ ସୁବାଷ ସାହୁ।ଅନ୍ୟତମ ଅତିଥି ଭାବେ ସବିତା ସାହୁକାର, ନର୍ମଦା ଦଳାଇ, ପ୍ରଧାନ ଶିକ୍ଷକ ଭେଙ୍କେଟ ରାଓ, ଲୋକନାଥ ନାୟକ ଗୌରୀ ପ୍ରଧାନୀ ପ୍ରମୁଖ ରହି ସଂଗଠନର ଉନ୍ନତି କାମନା କରିଥିଲେ।ଏହା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତି ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସଂମ୍ମାନୀତ କରିଥିଲେ।ବିଶେଷ କରି ଏହି ସଂଗଠନ ଅଂଚଳରେ ଜଙ୍ଗଲ ସୁରକ୍ଷା ସହ ଶିକ୍ଷା, ସ୍ୱାସ୍ତ୍ୟ ବୃକ୍ଷ ରୋପଣ କାର୍ଯ୍ୟ କରି ଅଞ୍ଚଳରେ ସୁନାମ ରଖିଥିବା ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ