ଯୁବ ସାମ୍ବାଦିକ ପ୍ରଫୁଲ ଦାଶଙ୍କ ଅକାଳ ବିୟୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ର ଯୁବ ସାମ୍ବାଦିକ ତଥା ପୁରୁଷତ୍ତମପୁର ଗ୍ରାମର ସ୍ୱର୍ଗତ ବ୍ରଜସୁନ୍ଦର ଦାଶ ଙ୍କ କନିଷ୍ଠ ପୁତ୍ର ପ୍ରଫୁଲ କୁମାର ଦାଶ (୩୮)ଙ୍କର ଆଜି ସକାଳ ୫ଟା ରେ ଅକାଳ ବିୟୋଗ ଘଟିଛି l ସେ ଗତ କିଛି ମାସ ଧରି ଅସୁସ୍ଥ ଥାଇ କଟକ ବଡ ମେଡିକାଲ ଓ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିଲେ ଜାନୁଆରୀ ୨୦ ରେ ଭୁବନେଶ୍ୱର ଏମ୍ସ ରେ ତାଙ୍କର ଏକ ଅସ୍ତ୍ରପଚାର ହେବାର ଥିଲେ କିନ୍ତ ଏହା ପୂର୍ବରୁ ହଟାତ ଆଜି ପ୍ରାତଃ ସମୟରେ ସେ ଅସୁସ୍ଥ ହେବରୁ ତାଙ୍କୁ ଭଦ୍ରକ ମେଡିକାଲ କୁ ନିଆଯାଇଥିଲା ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l  ତାଙ୍କ ମର ଶରୀର ବନ୍ତ ରେ ପହଁଚିବା ପରେ ବ୍ଲକ ର ସମସ୍ତ ସାମ୍ବାଦିକ ମାନେ ବଜାର ପରିକ୍ରମା କରି ତାଙ୍କ ବାସଭାବନାକୁ ଆଣି ଥିଲେ l ସେଠାରେ ସାମ୍ବାଦିକ ପତଞ୍ଜଳି କରଶର୍ମା ଟିଲୋ ସରପଞ୍ଚ ସଂଗ୍ରାମ ଜେନା, ହରି ନାରାୟଣ ମହାନ୍ତି,ଅକ୍ଷୟ ନାରାୟଣ ଦାସ, ହେମନ୍ତ ସିଂହ,ମାର୍କଣ୍ଡ ଧଡ଼ା, ରବୀନ୍ଦ୍ର ଓଝା, ସୁକାନ୍ତ ଜେନା, ସମ୍ବିତ ପଣ୍ଡା, ଉମେଶ କର, ବିଜୟ ପଣ୍ଡା, ସୁକାନ୍ତ ଯେନା,ବସନ୍ତ ବିଶ୍ୱାଳ, ପଦ୍ମଲୋଚନ ବେହେରା, ପ୍ରଶାନ୍ତ ସାହୁ, ଅର୍ପିତା ଓଝା, ସତ୍ୟଜିତ ନାୟକ, ରବୀନ୍ଦ୍ର ଓଝା, ସନାତନ ଜେନା, ଜ୍ୟୋତି ରଞ୍ଜନ ନାୟକ, ପହଲା ପଣ୍ଡା, ଶଶିକାନ୍ତ ତ୍ରିପାଠୀ, ପ୍ରଭାତ ମହାନ୍ତି, ରମେଶ ପତିଙ୍କ ସମତେ ବହୁ ମାନ୍ୟ ଗଣ ବ୍ୟକ୍ତି ତାଙ୍କ ବସଭାବନାରେ ପହଁଚି ସବା ଧାରର ପୁଷ୍ପ ମାଲ ଅର୍ପଣ କରି ଶେଷ ଦର୍ଶନ କରିଥିଲେ l ମର୍ତ୍ତୃ ଶର୍ଯ୍ୟ ନିକଟରେ ବଡ ଭାଇ ପ୍ରସନ ଦାଶ ଙ୍କ ସମତେ ସମସ୍ତ ଭାଉଣୀ, ଭିଣଇ ପରିବାର ଏବଂ ଆତ୍ମୟ ସୁଜନ ଉପସ୍ଥିତ ଥିଲେ l ପୁତୁରା ଅଭିନାଶ ମୁଖାଗ୍ନି ଦେଇଥିଲେ l ଏକ ଶୋକାକୁଳ ପରିବେଶ ଭିତରେ ସମସ୍ତଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ସେ ଜଣେ ପରୋପକାରୀ ସରଳ ଓ କର୍ତ୍ତବ୍ୟବିଷ୍ଠ ସାମ୍ବାଦିକ ଥିଲେ ତାଙ୍କର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ