ଘରଘର ବୁଲି ସମସ୍ୟା ବୁଝୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ନିର୍ବାଚନ ସମୟରେ ଦେଇଥିଲେ ପ୍ରତିଶୃତି, ସମସ୍ତ ଲୋକଙ୍କ ଅଭିଯୋଗ ଶୁଣି ଗାଁ ତଥା ୱାର୍ଡର ଉନ୍ନତି କରିବେ, ଲୋକଙ୍କ ସମସ୍ୟା ବୁଝିବେ । ଏଥିପାଇଁ ଏବେ ପ୍ରତି ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା ଓ ସମିତିସଭ୍ୟ ବାବନ ସେଠୀ । ନିର୍ବାଚନ ସମୟରେ ଦେଇଥିବା କଥାକୁ ରକ୍ଷା କରିବା ପାଇଁ ସରପଞ୍ଚ ଓ ସମିତିସଭ୍ୟ ପଞ୍ଚାୟତର ଅଧିକାରୀ ଓ କର୍ମଚାରୀଙ୍କୁ ଧରି ପ୍ରତି ୱାର୍ଡର ଘରକୁ ଘର ବୁଲି ଲୋକଙ୍କ କଣ କଣ ସମସ୍ୟା ଅଛି ତାହାକୁ ବୁଝି ଲପିବଦ୍ଧ କରିବା ସହିତ ଗାଁ ଗୁଡିକର କେଉଁ କେଉଁ କାର୍ଯ୍ୟ ଆଗ ହେବ ତାହାକୁ ଚିଠା କରୁଛନ୍ତି । ସେ ଆଜି ଏହି କ୍ରମରେ ସଡଙ୍ଗା ଗ୍ରାମରେ ପହଞ୍ଚି ଘରକୁ ଘର ବୁଲିବା ସମୟରେ ଗାଁ ପଦ୍ମନାଭ ଜେନା ତାଙ୍କ ଅଭିଯୋଗ ସରପଞ୍ଚଙ୍କ ଆଗରେ ରଖିଥିଲେ । ତାଙ୍କର ଆବାସ ଯୋଜନା ଘର ପାଇପାରି ନଥିବାବେଳେ ତାଙ୍କର ଦୁଇନାତି ଭିନ୍ନକ୍ଷମ । ସେମାନେ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇପାରୁ ନାହାନ୍ତି । ସେହିପରି ଗାଁର କୁନ୍ତଳା ଯେନା ନାମକ ଜଣେ ମହିଳା ଆବାସ ଯୋଜନାରେ ଘର ପାଇନଥିବାବେଳେ ପାଇଖାନାଟିଏ ମଧ୍ୟ ପାଇ ନଥିବା ନେଇ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି ମମତା ଦାସ ନାମକ ଜଣେ ମହିଳା ଆବାସ ଯୋଜନା ଘର ପାଇନଥିବାବେଳେ ତାଙ୍କୁ ଘର ଓ ପାଇଖାନାଟିଏ ଯୋଗାଇ ଦେବାକୁ ସରପଞ୍ଚଙ୍କୁ ନିବେଦନ କରିଥିଲେ । ସରପଞ୍ଚ ଓ ସମିତିସଭ୍ୟ ସେମାନଙ୍କ ଠାରୁ ସମସ୍ତ କାଗଜପତ୍ର ସଂଗ୍ରହ କରିବା ସହିତ ତୁରନ୍ତ ସେମାନଙ୍କୁ କିପରି ଘର ଯୋଗାଇ ଦିଆଯିବ ସେନେଇ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ସେହିପରି ସଡଙ୍ଗା ଆଦିବାସୀ ସାହିର କିଛି ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବାବେଳେ ଆଉ କିଛି ପରିବାର ରେସନକାର୍ଡରୁ ନାମ କଟିଯାଇଥିବା ନେଇ ଅଭିଯୋଗ କରିଥିଲେ । ସେମାନଙ୍କୁ କିପରି ଘର ଯୋଗାଇ ଦିଆଯିବ, ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ରେସନ ସାମଗ୍ରୀ ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନେବେ ବୋଲି ସରପଞ୍ଚ ପ୍ରତିଶୃତି ଦେଇଥିଲେ । ତାଙ୍କ ସହିତ ବଡରମ୍ପାସ ପଞ୍ଚାୟତର ପିଇଓ , ଜିଆରଏସ, ଜିଓଟେକ କର୍ମଚାରୀ ଓ କିଛି ୱାର୍ଡସଭ୍ୟ ସଭ୍ୟା ମାନେ ମଧ୍ୟ ସାମିଲ ହୋଇଥିଲେ । ସରପଞ୍ଚଙ୍କ କହିବାକଥା ଯେ ବର୍ତ୍ତମାନ ସୁଧା ପଞ୍ଚାୟତରେ ୪୨୦ଘର ତାଲିକା ପ୍ରସ୍ତୁତ ହୋଇଥିବାବେଳେ ଆହୁରି ୩୦୦ରୁ ଉର୍ଦ୍ଧ ଲୋକ ଘର ପାଇବାଭଳି େ;ଯାଗ୍ୟ ଅଛନ୍ତି । ସେମାନେ ଯେହେତୁ ପଞ୍ଚାୟତକୁ ଆସି ଆବେଦନ କରିବା ସହଜ ହେଉ ନାହିଁ ତେଣୁ ଆମେ ଘରଘର ବୁଲି ସେମାନଙ୍କ ଆବେଦନପତ୍ର ଗ୍ରହଣ କରିବା ସହିତ ସେମାନଙ୍କ ଅସୁବିଧା ଗୁଡିକୁ ସ୍ୱଚକ୍ଷରୁରେ ଦେଖି ସେମାନଙ୍କ ସମସ୍ୟା ବୁଝି ପାରୁଛୁ ବୋଲି ସେ କହିଛନ୍ତି ।ଏହାଦ୍ୱାରା ଲୋକମାନଙ୍କ ସଂଷ୍ପର୍ଶରେ ସିଧାସଳଖ ରହି ପାରିବୁ ବୋଲି କହିଛନ୍ତି ।


