ଏସିବି ଫାଉଣ୍ଡେସନ ପକ୍ଷରୁ ନୁଆବର୍ଷରେ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସିବି ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ନବବର୍ଷ ଅବସରରେ ଗରିବ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । କାହାଳିଆଗଡିଆ ଦୁର୍ଗା ମଣ୍ଡପ ଠାରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଶିକ୍ଷାବିତ ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଟିଣା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଫୁଲ କୁମାର ମହାନ୍ତି ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାପରିଷଦର ଉପାଧ୍ୟକ୍ଷ ସୋମନାଥ ଦାସ, ମୁଖ୍ୟବକ୍ତା ଭାବେ ସୁ ସାହିତ୍ୟିକ ତଥା ଶିକ୍ଷାବିତ ଶଙ୍ଖାଳି ଚରଣ ରାଉଳ, ସମ୍ମାନୀତ ବକ୍ତା ଭାବେ ଅବସରପ୍ରାପ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ସମ୍ନାୀତ ଅତିôତ ଭାବେ ସମିତିସଭ୍ୟା ସୁକାନ୍ତୀ ଗିରି, ମିଳିତ ଶିକ୍ଷକ ମଞ୍ଚର ସଭାପତି ହରମୋହନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ସାମନ୍ତରାୟ, ଅବସରପ୍ରାପ୍ତ ଖେଳ ଶିକ୍ଷକ ବୃନ୍ଦାବନ ରାଉତ, ଆଦର୍ଶ ଶିକ୍ଷା କର୍ମଚାରୀ ନିରଞ୍ଜନ ସତପଥି, ନୃତ୍ୟଗୁରୁ ଗୋପୀନାଥ ପାଢ଼ୀ, ଫାଉଣ୍ଡେସନର ଉପଦ୍ଦେଷ୍ଟା ଅର୍ଜୁନ ଚରଣ ସତପଥି, ବରିଷ୍ଟ ସାମ୍ବାଦିକ ହେମନ୍ତ ସିଂ ପ୍ରମୁଖଙ୍କ ଉପସ୍ଥିତିରେ ପଢ଼ିଆରିପଲ୍ଲୀ, ରଟିଣା, କେ ବାଲିପାଳ, ଧନୁର୍ଜୟପୁର ଆଦି ପଞ୍ଚାୟତର ଶତାଧିକ ଗରିବ, ଅସହାୟ, ଭିନ୍ନକ୍ଷମ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର, ମାକ୍ସ, ସାବୁନ ଆଦି ବଣ୍ଟନ କରିଥିଲେ । ଶିକ୍ଷାବିତ ମୋହନ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥ୍‌ôବାବେଳେ ଫାଉଣ୍ଡେସନର ସନ୍ତୋଷ କୁମାର ସାହୁ, ଆନନ୍ଦ ଚନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ବେହେରା, କେଶବ ଚନ୍ଦ୍ର ବେହେରା, ବିଶ୍ୱରଞ୍ଜନ ସାହୁ, ପଙ୍କଜ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୋହନ କୁମାର ମହାନ୍ତି ଫାଉଣ୍ଡେସନର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ସାହିତ୍ୟିକ ସଞ୍ଜୁକ୍ତା ମହାପାତ୍ରଙ୍କ ଦ୍ୱାରା ସ୍ୱରଚିତ କବିତା ‘କୃତ୍ତି ଆମ ଏସିବି ଫାଉଣ୍ଡେସନ’ ଗାନ କରିଥିଲେ । ମଞ୍ଚାସୀନ ଅତିଥି ମାନେ ସେମାନଙ୍କ ଭାଷଣ ପ୍ରସଙ୍ଗରେ ଏସିବି ଫାଉଣ୍ଡେସର ଏହିପରି ମହତ କାର୍ଯ୍ୟକୁ ଭୁୟସୀ ପ୍ରସଂଶା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ