ପୁଣି ମାତିଲେ ଲୁଟେରା ,ଝାମ୍ପିନେଲେ ୪ ତୋଳାର ସୁନା ଚେନ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍/ ଶେଷଦେବ ସାହୁ) : ହିଞ୍ଜିଳିକାଟୁ ଥାନା ଅଂଚଳରେ ଦିନ ଦିପହରେ ଘଟିଛି ଛିନତାଇ । କଳା ରଙ୍ଗର ମୋଟର ସାଇକେଲରେ ଦୁଇ ଦୁବୃର୍ତ ଆସି ଆଖି ପିଛୁଳାକେ ମହିଳାଙ୍କ ବେକରୁ ପ୍ରାୟ ୨ ତୋଳା ଲେଖାଏଁ ଓଜନର ୨ଟି ସୁନା ଚେନ ଝାମ୍ପି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଏଭଳି ଏକ ଘଟଣା ଶନିବାର ଅପରାହ୍ନ ପ୍ରାୟ ୪ ଟାରେ ହିଞ୍ଜିଳିକାଟୁ ପୌରାଂଚଳ ମାଣିକ ନଗର ୫ମ ଲାଇନରେ ଘଟିଛି । ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମର ସିଏଚ. ବାଲାଜି ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ ସିଏଚ. ସସ୍ମିତା ସୁବୁଦ୍ଧି ଶନିବାର ଅପରାହ୍ନରେ ଏକ ସମ୍ପର୍କୀୟଙ୍କ ବାହାଘର ଭୋଜିରେ ଯୋଗ ଦେବା ପାଇଁ ମାଣିକନଗର ଠାରୁ ପଦ୍ମାବତି ନଗରକୁ ଚାଲି ଯାଉଥିଲେ । ସ୍ଥାନୀୟ ପୌରାଂଚଳ ନୂଆଁଗଡ଼ ପଟୁ ଏକ ବାଇକରେ ୨ଜଣ ଦୁବୃର୍ତ ଆସି ମାଣିକ ନଗର ୫ମ ଲାଇନରେ ସସ୍ମିତାଙ୍କ ବେକରୁ ୨ଟି ସୁନା ମାଳି ଝାମ୍ପି ନେଇ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏଥି ନେଇ ସସ୍ମିତା ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ନିକଟସ୍ଥ ଅଂଚଳରେ ଲାଗିଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଂଚ କରିବା ସହ ସହରର ବିଭିନ୍ନ ଛକରେ ବ୍ଳକିଂ ଓ ଗାଡ଼ିଯାଂଚ କରିବା ସହ ତନାଘନା ଚଲାଇଛି । ଗତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ହିଂଜିଳିକାଟୁ ଥାନା ଅଂଚଳରେ ଏଭଳି ଛିନତାଇ ଘଟଣା ଘଟିବା ପରେ ଅଂଚଳର ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।