ଶଲ୍ୟ ଚିକିତ୍ସା ପାଇଁ ଅମ୍ବିକା ଗଲା ଅହେମେଦାବାଦ ସତ୍ୟ ସାଇ ହାର୍ଟ ଚିକିତ୍ସାଳୟ

କୋଦଳା, (ଗୁଲସନ କୁମାର କର):କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ମର୍ଦ୍ଦକୋଟ ଗ୍ରାମର ଉଲ୍ଲାଷ ସାମଲଙ୍କ ଚଉଦ ବର୍ଷର ଝିଅ ଅମ୍ବିକା ଉଚ୍ଚ ଚିକିତ୍ସା ପାଇଁ ଅହେମେଦାବାଦ ସ୍ଥିତ ସତ୍ୟ ସାଇ ହାର୍ଟ ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମର ଆୟୁଷ ଡାକ୍ତର ଜୟଦେବ ନାୟକ, ଡାକ୍ତର ମୈତ୍ରୀ ସଂଘମିତ୍ରା, ଏ ଏନ ଏମ ଗୀତାଞ୍ଜଳି ଅଚାରୀ ମର୍ଦ୍ଦକୋଟ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଅମ୍ବିକାର ହୃଦୟରେ ଅସୁବିଧା ଅଛି ବୋଲି ଜଣ ପଡିଥିଲା, ତାକୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ମୂର୍ତ୍ତି ହାର୍ଟର ଇକୋ କରେଇବା ପାଇଁ ଆଦେଶ ଦେଇଥିଲେ, ଇକୋ ରୁ ଜଣା ପଡିଥିଲାଯେ ଅମ୍ବିକାର ହାର୍ଟରେ ଛୁଦ୍ର ଅଛିବୋଲି ।ଆଜି ଅମ୍ବିକା କୋଦାଳରୁ ଗାଡି ଯୋଗେ ବ୍ରହ୍ମପୁର ଓ ସେଠାରୁ ରେଳ ଯୋଗେ ଅହେମେଦାବାଦ ସତ୍ୟସାଇ ହାର୍ଟ ହସ୍ପିଟାଲ ପଠାଯାଇଛି । ଅମ୍ବିକା ସହିତ ଗଞ୍ଜାମ ଜିଲ୍ଲାର ଆଉ ପନ୍ଦର ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମିଶ୍ର ଓ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ଠାରୁ ଆଶିଷ ନେଇ, ଆର ବି ଏସ କେ ମ୍ୟାନେଜେର ଲୋପାମୁଦ୍ରା ମିଶ୍ର ଓ କମ୍ପୁଟର ପରିଚାଳକ ନିହାର ରଞ୍ଜନ ସେଠୀଙ୍କ ତତ୍ୱାବଧାନରେ ଓ ଫାର୍ମାସିଷ୍ଟ ଶ୍ରୀ ଆଶିଷ କୁମାର ପାତ୍ର, ଗୋପାଳ କୃଷ୍ଣ ପାଢ଼ୀ ସେମାନଙ୍କର ସାଙ୍ଗରେ ଯାଇଛନ୍ତି । କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ପରିଚାଳକ ଗଣେଶ ନାହାକ ଏବଂ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ସମସ୍ତ ଶିଶୁଙ୍କ ଆଶୁଚିକିତ୍ସାର କାମନା କରିଛନ୍ତି ।ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଆୟୁଷ ଡାକ୍ତର ନାୟକ କହିଛନ୍ତି, କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିପଡିଥିବା ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ଏ ଏନ ଏମ ପୂରଣହେଲେ ଆର ବି ଏସ କେ ଟିମର କାର୍ଯ୍ୟ ପନ୍ଥା ଆହୁରି ଉଚ୍ଚତର ଓ ତ୍ୱରାନ୍ୱିତ ହେବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଜଣେଇଛନ୍ତି ! ଆର ବି ଏସ କେ ଟିମକୁ କୋଦଳା ଅଞ୍ଚଳର ବୁଦ୍ଧିଜୀବୀ ଗହଣରେ ପ୍ରଶଂସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ