ପୋଡିଗଲା ଆସଵାବ ପତ୍ର ସମେତ ବହୁ ଦରକାରୀ କାଗଜ ପତ୍ର

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଓଳଗ ଗାଁର ଦିଲୀପ ବାରିକଙ୍କ ଘରେ ଶୁକ୍ରବାର ମଧ୍ୟାହ୍ଣରେ ନିଆଁଲାଗି ଆସବାବ ପତ୍ର ସମେତ ସୁନାଗହଣା, ନଗଦ ୧ଲକ୍ଷରୁ ଅଧିକ ଟଙ୍କା ଓ ବହୁ ଦରକାରୀ କାଗଜ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ଖବର ପାଇ ଧାମନଗର ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ନିଆଁକୁ ଆୟତ କରିସାରିଥିଲେ । ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ କ୍ଷୟକ୍ଷତିର ଆକଳନ କରିଛନ୍ତି । ସୂଚନାନୁସାରେ ଦିଲୀପ ନିଜ ଝିଅ ବାହାଘର ପାଇଁ ନୂଆ ଗଡରେଜ ସମେତ ଲକ୍ଷାଧିକ ଟଙ୍କାର ସୁନାଗହଣା କିଣି ଘରେ ରଖିଥିଲେ । ଅଗ୍ନିକାଣ୍ଡରେ ଏସବୁ ପୋଡି ଯିବାରୁ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ବିଦ୍ୟୁତ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ