୨୦ଲକ୍ଷ୍ୟ ଟଙ୍କାର ଜବତ ବାଣକୁ ପୋଡି ନଷ୍ଟ କାଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଜବତ କରିଥିବା ବେଆଇନ ବାଣକୁ ଆଜି ପିପିଲିଗୁଡ଼ା ଜଙ୍ଗଲ ଅଞ୍ଚଳରେପୋଡି ପାଣି ପକାଇ ନଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ, ଛତ୍ରପୁର ବୋମ ଡିସ୍ପୋଜାଲ ଟିମ ଦିଲୀପ କୁମାର ରଣା, ସୁଶାନ୍ତ କୁମାର କହ୍ନର, ସାନଖେମୁଣ୍ଡି ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ଭୋଇ, ଆମ୍ବୁଲାନ୍ସ ସମେତ ଅନେକ ପୋଲିସ କର୍ମଚାରୀ ଉପସ୍ଥିତରେ ବିଗତ ବର୍ଷ ପାଟପୁର ଥାନା ପକ୍ଷରୁ ଜବତ କରାଯାଇଥିବା ୨୦ ଲକ୍ଷ୍ୟଟଙ୍କାର ବେଆଇନ ବାଣକୁ ନଷ୍ଟ କରାଯାଇଛି। l ପାଟପୁର ଥାନା ଅଞ୍ଚଳରେ ଥିବା ପିପିଲିଗୁଡ଼ା ଜଙ୍ଗଲ ମଧ୍ୟରେଜବତ କରାଯାଇଥିବା ବାଣକୁ ନେଇ ହିଟ୍ଟାଚି ସାହାଯ୍ୟରେ ୨୦ ଫୁଟର ଖାତ କରି ସେ ମଧ୍ୟରେ ଜବତ ବାଣକୁ ପକାଯାଇଥିଲା l ପରେ ଡିଜେଲ ପକାଇ ବୋମ ଡିସ୍ପୋଜାଲ ଟିମର ହାବିଲଦାର ଦିଲୀପ କୁମାର ରଣା ସତର୍କତାର ସହିତ ନିଆଁ ଲଗାଇଥିଲେ lକିଛିସମୟ ପରେ ଦମକଳ ବାହିନୀ ପୋଡା ବାଣ ରେ ପାଣି ପାଣି ନିଆଁ ଲିଭାଇଥିଲେ। ହିଟ୍ଟାଚି ସାହାଯ୍ୟରେ ଗାତ କୁ ପୋତିଦିଆଯାଇଥିଲା l