ବିଭିନ୍ନ ଦାବି ନେଇ ପାଚିକା-ସହାୟିକା ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସ ହାରକୁ ଆଳ କରି ରାଜ୍ୟ ସରକାର ବିଦ୍ୟାଳୟ ମିଶ୍ରଣ ସହ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ପାଚିକା-ସହାୟିକାଙ୍କୁ ବେଆଇନ ଭାବେ ଛଟେଇ କରୁଛନ୍ତି ବୋଲି ଅଭିଯୋଗ ଉଠାଇଛି ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ । ବିଭିନ୍ନ ଦାବିନେଇ ସଂଘ ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ସଂଘର ଜିଲା ସଭାପତି ମୃତ୍ୟୁଞ୍ଜୟ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଈଶାଣୀ ଷଡ଼ଙ୍ଗୀ, ଜିଲା ସମ୍ପାଦିକା ପୂର୍ଣ୍ଣିମା ବେହେରା, ସିଆଇଟିୟୁ ଜିଲା ଆବାହକ ବିଜୟ ପାତ୍ର, ରାଜକିଶୋର ଲେଙ୍କା, ମନ୍ମଥ ବେହେରା, ସୁଶୀଳା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷାନୀତିକୁ କଡ଼ା ସମାଲୋଚନା କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ କେଉଁଠି ଶିକ୍ଷକ ନାହାନ୍ତି ତ ପୁଣି କେଉଁ ବିଦ୍ୟାଳୟର ଭିତ୍ତିଭୂମି ନଷ୍ଟ ହୋଇଗଲାଣି । ଏ ଦିଗରେ ସରକାର ଉଚିତ ପଦକ୍ଷେପ ନେବା ପରିବର୍ତ୍ତେ କରୋନା ଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ମିଶ୍ରଣ କେଉଁ ନ୍ୟାୟର ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବକେୟା ଥିବା ୨୮ ମାସର ରାଶି ପ୍ରଦାନ କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ତୁରନ୍ତ ପୂରଣ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଅବବସରରେ ସଂଘ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । ରୀତା ଦାସ, ବସନ୍ତ ପ୍ରଧାନ, ଶୁକଦେବ ସାହୁ, ଶ୍ୟାମାପଦ ଦାସ, ମଞ୍ଜୁଲତା ଦାସ, ଦ୍ରୌପଦୀ ସାହୁ, କନକଲତା ଦାସ, ବିନୋଦିନୀ ପଣ୍ଡା, ରାମଶଙ୍କର ଜେନା, ସବିତା ସାହୁ, କବିତା ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ