ପଞ୍ଚୁପଲ୍ଲୀ ଠାରେ ଚାଲିଥିବା ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହାଟଡିହି, (ବିକାଶ ବିଶ୍ୱାଳ):ପଞ୍ଚୁପଲ୍ଲୀ ଠାରେ ଚାଲିଥିବା ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ପଞ୍ଚୁପଲ୍ଲୀର ବଜରଙ୍ଗବାଲୀ କ୍ରିକେଟ କ୍ଲବ ପୁସ୍କୁରାକୁ ୨୨ରନରେ ପରାସ୍ତ କରି ଚମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପଞ୍ଚୁପଲ୍ଲୀ ବଜରଙ୍ଗବାଲୀ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୫ଓଭରରେ ୮ଉଇକେଟ ହରାଇ ୭୦ରନ କରିଥିଲା । ତାର ଜବାବରେ ପୁସ୍କୁରା କ୍ରିକେଟ କ୍ଲବ ୫ଉଇକେଟ ହରାଇ ମାତ୍ର ୪୮ରନ କରିବାକୁ ସମର୍ଥ ହୋଇଥିଲା । ଏଥିରେ ମୋଟ ୮ଟି ଦଳ ଭାଗନେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବନେତା ତଥା ଶିବଶକ୍ତି ଫାଉଣ୍ଡେସନର ଅଧ୍ୟକ୍ଷ ଇଂ ବିଶ୍ୱନାଥ ପ୍ରତାପ ଜେନା, ସମ୍ମାନୀତ ଅତିଥି ଭାବେ ସନ୍ତୋଷ କୁମାର ଜେନା, ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । କୃଷ୍ଣଚନ୍ଦ୍ର ଜେନା, ଲିଟନ ଜେନା, ଅନୁଭବ ଜେନା, ହାପି ଜେନା, ପପି ଜେନା, ଅମର ଜେନା, ଆଦର୍ଶ ଜେନା, ଦିପୁ ଜେନା, ସୁବ୍ରତ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ