ବିଶିଷ୍ଟ ରାଜନେତା ଅରୁଣ ଦେଙ୍କ ପ୍ରତିମୂର୍ତ୍ତି ଅନାବରଣ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ରାଜନେତା ତଥା ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦିବଂଗତ ଅରୁଣ ଦେଙ୍କର ବ୍ରୋଞ୍ଚ ନିର୍ମିତ ପୂର୍ଣ୍ଣାବୟବ ସହରର ଓଟିରୋଡ଼ ପାଶ୍ୱର୍ ଶୋଭାରାମପୁର ରାସ୍ତା ସଙ୍ଗମ ସ୍ଥଳରେ ବୁଧବାର ଅନବରଣ ହୋଇଯାଇଛି । ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ସ୍ୱର୍ଗତ ଦେଙ୍କ ପ୍ରତିମୂର୍ତ୍ତିକୁ ଅନବାରଣ କରିଥିଲେ । ବାଲେଶ୍ୱର ସମେତ ଓଡ଼ିଶାର ଜଣେ ପ୍ରବୀଣ ରାଜନେତା ତଥା ସାଧାରଣ ଜନତାଙ୍କ ପ୍ରିୟନେତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଥିଲେ । ଅତ୍ୟନ୍ତ ସନ୍ତୋଷ ପ୍ରକାଶ ସହ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଅରୁଣ ଦେ ସ୍ମୃତି ପରିଷଦର ସଭାପତି ତଥା ସ୍ୱର୍ଗତ ଦେଙ୍କ ଭଉଣୀ ପ୍ରଫେସର ବାସନ୍ତି ଦେଚକ୍ରବର୍ତ୍ତୀ ଏହି ପ୍ରତିମୂର୍ତି ଅନାବରଣ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ସମସ୍ତ ଶୁଭେଚ୍ଛା ଜଣାଇଥିଲେ । ସ୍ୱର୍ଗତ ଦେଙ୍କ ଠାରୁ ଆହୁରି ପ୍ରବୀଣ ରାଜନେତା ଏହି ମାଟିରେ ଜନ୍ମ ନିଅନ୍ତୁ ଏବଂ ଜନସେବା ଦ୍ୱାରା ବାଲେଶ୍ୱରକୁ ଗୌରାବାନ୍ୱିତ କରନ୍ତୁ ବୋଲି ସେ କାମନା କରିଥିଲେ । ତେବେ ଏହି ପ୍ରତିମୂର୍ତ୍ତି ସ୍ୱର୍ଗତ ଦେଙ୍କ କାର୍ଯ୍ୟଧାରା ଓ ସମାଜସେବା ସମ୍ପର୍କରେ ଉତ୍ତର ପିଢ଼ିଙ୍କୁ ବାର୍ତ୍ତା ଦେଇ ଚାଲିବ ବୋଲି ସେ ସେ ଆଶା ପ୍ରକାଶ କରିଥିଲେ । ସ୍ମୃତି ପରିଷଦର କର୍ମକର୍ତା ବରିଷ୍ଠ ସାମ୍ବାଦିକ ରଂଜନ ବାଗଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ସୁଦର୍ଶନ ଜେନା, ପୂର୍ବତନ ପୌରପାଳ ସୁଜାତା ଦାସ, ତପନ ଚକ୍ରବର୍ତ୍ତୀ ଓ ଆଲୋକ ସାହୁ, ଜିଲା କଂଗ୍ରେସ ସଭାପତି ସଂଜୀବ ଗିରି, ଶିଳ୍ପ ଉଦ୍ୟୋଗୀ ସଂଜୟ ଦାସ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଜିଲା ପେଟ୍ରୋଲ ପମ୍ପ ଆସୋସିଏସନର ସମ୍ପାଦକ ପ୍ରଦୀପ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦେଙ୍କୁ ମନେପକାଇବା ସହ ବାଲେଶ୍ୱରର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ବିଷ୍ଣୁ ପ୍ରସାଦ ମହାନ୍ତି, ଡାକ୍ତର ପ୍ରଭାତ ଚୌଧୁରୀ, ବିନୋଦ ଜୀ, ଭୋଳାନାଥ ବେହେରା, ଅଭିଜିତ ଦାସ, କବି ଶ୍ରୀଦେବ, ଅନସୂୟା ନାୟକ, ବିଶ୍ୱଜିତ ମହାପାତ୍ର ପ୍ରମୁଖ ସ୍ମୃତି ପରିଷଦର କର୍ମକର୍ତ୍ତା ଓ ସଦସ୍ୟଙ୍କ ସସେତ କବି ଯଶୋଧାରା ଦାସ, ଡ. ଶିରୀଶ ଚନ୍ଦ୍ର ଜେନା, ଶିବୁ ପୋଦାର, ଅରୁଣ ସ୍ୱାଇଁ, ସୌରଭ ବେହେରା, ପ୍ରଫେସର ଶତ୍ରୁଘ୍ନ ମଲିକ, କୌଳାସ ଚନ୍ଦ୍ର ସେଠୀ, ଭୂବନାନନ୍ଦ ଦାସ, ନିକୁଞ୍ଜ ବିହାରୀ ଦାସ, ନିରଂଜନ ପରିଡ଼ା, ନିରଂଜନ ରାଉତ, ମନୋଜ ରାଉତ, ଶେଖ ୟାକୁବ, ଦେବେନ୍ଦ୍ର ଦାସ, ଶରତ ଦାସ, ତ୍ରିଲୋଚନ ବାରିକ, ସିମନ ଦାସମହାପାତ୍ର, କଲ୍ୟାଣୀ ନନ୍ଦ, ରଞ୍ଜନ ପ୍ରଧାନ, ଯଶୋଦା ନନ୍ଦନ ଆଶ ପ୍ରମୁଖ ଏହି ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ଉପସ୍ଥିତ ରହି ସ୍ୱର୍ଗତ ଦେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୮ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗତ ଦେଙ୍କର ୮ ଫୁଟ ଉଚ୍ଚ ଏହି ପ୍ରତିମୂର୍ତିକୁ ଖଲିକୋଟ ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ ଦାସ ନିର୍ମାଣ କରିଛନ୍ତି । ଏହାକୁ ନିର୍ମାଣ ପାଇଁ ତାଙ୍କୁ ଦୁଇମାସ ସମୟ ଲାଗିଛି ବୋଲି ସ୍ମୃତି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ