୧୯୯୭ ବ୍ୟାଚ ଆଲୁମିନ ମିଟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗେରେଡା ପଞ୍ଚାୟତ ଦୁବ ମସ୍ଥ୍ୟ ଯାଆଁଳ କେନ୍ଦ୍ର ସଭା ଗୃହରେ ଆଜି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ୧୯୯୭ କଳା ବ୍ୟଚର ଛାତ୍ର ମାନେ ୨୫ ବର୍ଷ ପୂର୍ତ୍ତି ଅବସରରେ ନିଜ ଗୁରୁ ମାନଙ୍କୁ ମନେପକାଇ ଆଲୁମିନ ମିଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ନିଜ ଗୁରୁ ମାନଙ୍କୁ ପାଖରେ ପାଇ ନିଜର ଅନୁଭୂତି ପ୍ରକାଶ କରିବା ସହ ପୁରଣା ଅବସର ନେଇ ସାରିଥିବା ଗୁରୁ ମାନଙ୍କୁ ପୁଷ୍ପ ଗୁଛ , ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶିକ୍ଷକମାନେ ମଧ୍ୟ ନିଜ ପୁରୁଣା ଛାତ୍ର ମାନଙ୍କ ଏକାଠି ପାଇଁ ଖୁସି ବ୍ୟକ୍ତ କରିଥିଲେ । ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଛାତ୍ର ନିଜ ପତ୍ନୀ ଓ ପୁଅଝିଅ ଙ୍କ ସହ ଏକାଠି ହୋଇଥିଲେ । ଶିକ୍ଷକ ମାନଙ୍କ ମଧ୍ୟରେ ବାଲ୍ମୀକି ପଟ୍ଟନାୟକ, ବିଚିତ୍ରା ନନ୍ଦ ଦାସ, କୃତିବାସ ବିଶ୍ୱାଳ, କମ୍ବୁପାଣି ସାମନ୍ତ, ଗୌରୀ ଶଙ୍କର ହୋତା, ବାଳକୃଷ୍ଣ ବିଶାଳ, ତାରିଣୀ ଚରଣ ପଣ୍ଡା, ଟି ବାଲାଜି ପାତ୍ର, ସବିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ମାନଙ୍କ ମଧ୍ୟରେ ସମୀର ନାୟକ, ଶୁସାନ୍ତ ପ୍ରଧାନ, ଶୁସାନ୍ତ ଗୌଡ଼, ସଂଜୟ ପ୍ରଧାନ, ଅଶୋକ ଗୁରୁ, ରଜନୀ ଭୁଂୟା, ଲୋକନାଥ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ କୁ ସମ୍ପାଦନା କରିଥିଲେ ।