ସଞ୍ଜୀବନି ସାଜିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦୁଃଖଦ ଶୈଶବରେ ଖୁସି ଫେରାଇ ଆଣିଲା ବିଜୁ ସ୍ଵାସ୍ଥ୍ୟ କାର୍ଡ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଅଖିଳେଶଙ୍କ କ୍ଷେତ୍ରରେ l ଜନ୍ମରୁ ମଳ ଦ୍ୱାରରେ ରାସ୍ତା ନଥିବା ଯୋଗୁଁ ପେଟ ପାର୍ଶ୍ୱରେ ରାସ୍ତା ବାହାର କରାଯାଇଥିଲା l ଆଉ ଯନ୍ତ୍ରଣାରେ ଛଟପଟ ହେଉଥିଲା ଅଖିଳେଶ l ବର୍ତମାନ ବିଜୁ ସ୍ୱାସ୍ଥ୍ୟକାର୍ଡ ଦ୍ୱାରା ମାଗଣାରେ ସଫଳ ଅସ୍ତ୍ରୋପଚାର ହେବା ପରେ ମଳଦ୍ୱାର ରାସ୍ତା ବାହାରିଲା l ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି.ଗୋବିନ୍ଦପୁରର କବିରାଜ ଗୌଡ଼ l ପରିବାର କହିଲେ ସ୍ତ୍ରୀ ସସ୍ମିତା ଗୌଡ଼ ଏବଂ ଦୁଇ ପୁଅ l ଛୋଟିଆ ଜଳଖିଆ ଦୋକାନ ଟିଏ କରି ତେଲ ଲୁଣର ସଂସାର ଚଳାଇଥାନ୍ତି l ତାଙ୍କର ୨୦୧୬ ମସିହା ମାର୍ଚ୍ଚ ମାସ ୧୬ ତାରିଖରେ ଜନ୍ମ ହୁଏ ସାନ ପୁଅ ଅଖିଳେଶ l ପୁଅ ଜନ୍ମର ଖୁସି ମାହୋଲ ମଧ୍ୟରେ ଆଣିଦିଏ ଦୁଃଖର ପାହାଡ଼ l କାରଣ ଜନ୍ମରୁ ହିଁ ଅଖିଳେଶର ମଳ ଦ୍ୱାର ନଥିଲା l ଏହା ପରେ ପରିବାର ଲୋକେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ପିଲାଟି ଛୋଟ ହୋଇଥିବା ଯୋଗୁଁ ଅସ୍ତ୍ରୋପଚାର କରି ପେଟ ପାର୍ଶ୍ୱରେ କୃତ୍ରିମ ମଳଦ୍ୱାର ସୃଷ୍ଟି କରାଯାଇଥିଲା l ଏହା ସହ ଡାକ୍ତର ପରାମର୍ଶ ଦେଇଥିଲେ ପିଲାଟିକୁ ୨ ବର୍ଷ ପରେ ପୁଣି ଅପରେସନ କରି ମଳ ଦ୍ୱାର ପଟେ ରାସ୍ତା ବାହାର କରିବା ପାଇଁ l କିନ୍ତୁ ଅର୍ଥ ସାଜିଥିଲା ବାଧକ l ଏହା ରି ଭିତରେ ଅଖିଳେଶକୁ ୬ ବର୍ଷ ହୋଇଯାଇଥିଲା l ଯାହା ଫଳରେ ପିଲାଟି ୬ ବର୍ଷ କାଳ ଯନ୍ତ୍ରଣାରେ ଛଟପଟ ହେଉଥିଲା। ଏହି ଖବର ଜିଲ୍ଳାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦୃଷ୍ଟିଗୋଚର ହେବାପରେ ତାଙ୍କର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତରତା ଦେଖା ଯାଇଥିଲା lପ୍ରଶାସନର ସହାୟତାରେ ମେ ମାସ ୨୦୨୨ରେ ଅଖିଳେଶଙ୍କୁ ଭୁବନେଶ୍ୱର କିସ ହସ୍ପିଟାଲରେ ଅlଡ଼ମିଶନ କରା ଯାଇଥିଲା l ପର୍ଯ୍ୟlୟ କ୍ରମେ ୫ ରୁ ୬ ମାସ ମଧ୍ୟରେ ୪ ଥର ଅସ୍ତ୍ରୋପଚାର କରାଯିବା ପରେ ମଳ ଦ୍ୱାର ରାସ୍ତା ବାହାର କରିଥିଲେ ଡାକ୍ତର l ପେଟ ପାର୍ଶ୍ୱରେ କରାଯାଇଥିବା କୃତ୍ରିମ ମଳଦ୍ଵାର ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି l ବର୍ତ୍ତମାନ ଗାଁ ଦାଣ୍ଡରେ ଖୁସିରେ ଖେଳୁଛି ଅଖିଳେଶ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ