ହିଲଟପ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ହକି ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଶ୍ୱ ହକି ନିମନ୍ତେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗୋଲି କାର୍ଯ୍ୟକ୍ରମ କରାଯାଇଥିଲା |ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବ ଦିନ ପୁରସ୍କୃତ କରାଯିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି |ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହକିର ବିଭିନ୍ନ ଆକୃତିର ବ୍ୟାନର ଓ ପୋଷ୍ଟର ଧରି ମହାବିଦ୍ୟାଳୟ ଠାରୁ ବାହାରି ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ |ଶୋଭାଯାତ୍ରା ସମୟରେ ଛାତ୍ର, ଛାତ୍ରୀ ମାନେ ସର୍ବ ସାଧାରଣଙ୍କୁ ହକିର ଗୁରୁତ୍ୱ ସମ୍ପର୍କରେ ସଚେତନତା କରିଥିଲେ |ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ଯାପିକା ଓ କର୍ମଚାରୀ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ମଧ୍ୟରେ ବିପୁଳ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ