କେନ୍ଦ୍ରାପଡା ଜିଲ୍ଲାରେ ଓଡିଶା ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମ ଆରମ୍ଭ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଓଡିଶା ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଉପଲକ୍ଷେ ନବଯୁଗ ଇନଫୋଟେକର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ରେବତୀକାନ୍ତ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମପଞ୍ଚାୟତରେ ଡିଜିଟାଲ ଡୋର ନମ୍ବରିଙ୍ଗ ସିଷ୍ଟମ ଆରମ୍ଭ ହୋଇଛି । ନବଯୁଗ କେନ୍ଦ୍ରାପଡା ବ୍ଲକ ଏକଜିକ୍ୟୁଟିଭ ଗିରିଶ ମଲିକଙ୍କ ଦ୍ୱାରା ନିକିରାଇ ଗ୍ରାମରୁ ଡିଜିଟାଲ ଡୋର ନମ୍ବରିଙ୍ଗ ସିଷ୍ଟମ ଆରମ୍ଭ କରାଯାଇଛି । ପ୍ରଥମେ ଗୃହ କର୍ତ୍ତାଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଜି.ଆଇ.ଏସ. ସିଷ୍ଟମରେ ଅପଲୋଡ କରାଯିବା ପରେ ଘରର ଡିଜିଟାଲ ନମ୍ବର ଜେନେରେଟ ହୋଇଥାଏ । ପରେ ସଂପୃକ୍ତ ଗୃହକର୍ତ୍ତାଙ୍କ ଠାରୁ ନବଯୁଗ କମ୍ପାନୀ ଏବାବଦରେ ୪୦ଟଙ୍କା ଗ୍ରହଣ କରି ତାଙ୍କ ମୋବାଇଲକୁ ଡିଜିଟାଲ ରସିଦ ସହିତ ଡିଜିଟାଲ ଗୃହ ନମ୍ବର ମଧ୍ୟ କମ୍ପାନୀ ପକ୍ଷରୁ ପଠାଇ ଦିଆଯାଉଥିବା ଜିଲ୍ଲା ସଂଯୋଜକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳରେ ବ୍ଲକ ଏକଜିକ୍ୟୁଟିଭ ସୁନିଲ କୁମାର ପଣ୍ଡା, ଗଣେଶ୍ୱର ସାହୁ, ଗଗନବିହାରୀ ନାୟକ, ସନ୍ତୋଷ କୁମାର ତରେଇ, ଗିରିଶ ମଲିକ, ମିନତୀ ପଣ୍ଡା, ଶାରଦା ପ୍ରସନ୍ନ ରାଉତ, ପ୍ରଶାନ୍ତ କୁମାର ପାତ୍ର, ବିକାଶ ମହାରଣା ପ୍ରମୁଖଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜିଲ୍ଲା ସଂଯୋଜକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।


