ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ଯୁବ ଦିବସ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ ହୋଇଯଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ବେହେରାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁରର ପ୍ରତିଷ୍ଠିତ କବି, ଗାଳ୍ପିକ ତଥା ଏହି ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ମୂଖ୍ୟ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ପରି ସମାଜସେବୀ, ବିଶ୍ୱପ୍ରେମି ଓ କର୍ମଠ ହେବାପାଇଁ ଉତ୍ସ୍ୟାହିତ କରିଥିଲେ। ସମ୍ମାନିତ ଅଟିଥିଭାବରେ ଗଞ୍ଜାମ ଜିଲ୍ଲାର ସିଡିପିଓ ତରଫରୁ ଶ୍ରୀ ବୀରେନ ଚନ୍ଦ୍ର ନାୟକ ଯୋଗଦେଇ ଚତ୍ରଛାତ୍ରୀମାନଙ୍କ ମଧ୍ୟରେ ଏଡ୍ସ ସଚେତନତାର ବାର୍ତ୍ତା ଦେଇଥିଲେ। ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପିକା ଡକ୍ଟର ପିଙ୍କିରଣି ଦେଈ ସ୍ଵଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଶ୍ରୀ ମନୋରଞ୍ଜନ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଅନ୍ୟତମ ରେଡକ୍ରସ୍ ପରାମର୍ଶଦାତା ଡକ୍ଟର ମିଲିମିତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏଡ୍ସ ସଚେତନତା ବିଷୟ ରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚରୀ ସାହାଯ୍ୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ