ଭୀମଟାଙ୍ଗି ଉନ୍ନୟନ ପରିଷଦର ବାର୍ଷିକ ଅଧିବେଶନ ଓ ମକର ମିଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗି ଉନ୍ନୟନ ପରିଷଦର ଏକବିଂଶତମ ସାଧାରଣ ପରିଷଦ ବୈଠକ ଓ ମକର ମିଳନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଅନୁଷ୍ଠାନ ଅବ୍ୟାହତ ରଖିବ ବୋଲି ନିଷ୍ପତି ହୋଇଥିଲା । ଏହି ଅବସରରେ ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଷଦର ସଭାପତି ପୁରୁଷୋତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ଉପ ସଭାପତି ପଦ୍ମନାଭ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଚିତ୍ରସେନ ବିଶୋଇ, ସଂଘଠନ ସମ୍ପାଦକ ରବିନାରାୟଣ ଦାଶ, ସାଂସ୍କୃତିକ ସମ୍ପାଦକ ପ୍ରମୋଦ କୁମାର ଖୁଂଟିଆ, କୋଷାଧ୍ୟକ୍ଷ ବିଶ୍ୱ ରଞ୍ଜନ ଚୌଧୁରୀ, ଯୁଗ୍ମ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସେଠୀ, ସମୀକ୍ଷକ ସତ୍ୟପ୍ରୀୟ ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ସୁଧାଂଶୁ ଶେଖର ହରିଚନ୍ଦନ, ଗଣେଶ କୁମାର ପ୍ରଧାନ, ହରିହର ପଟ୍ଟନାୟକ, ନୀଳମାଧବ ନନ୍ଦ । ଏହି ନିର୍ବାଚନକୁ ଭୀମଟାଙ୍ଗି ବିକାଶ ପରିଷଦର ସଭାପତି ସୁରେଶ ଦାସ ପରିଚାଳଣା କରିଥିବା ବେଳେ କର୍ପୋରେଟର ଶିବ ନାରାୟଣ ରାୟ ଉପସ୍ଥିତ ରହିସମସ୍ତ ଗଠନ ମୂଳକ କାର୍ଯ୍ୟକୁ ସହଯୋଗ କରିବେ ବୋଲି କହିଥିଲେ ।


