ଅନ୍ତରପଡା ପଞ୍ଚାୟତରେ ବିଜେଡି ର ମିଶ୍ରଣ ପର୍ବ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତରେ ଜାନୁଆରୀ ୧୮ ତାରିଖ ଦିନ ମା’ଶାଙ୍କୁଳେଇ ପୀଠରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ କୋକ ପ୍ରଧାନ ଓ ଜଟି ଆପଟଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରକାନ୍ତ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ସାମିଲ କରିବା ନେଇ ଘୋଷଣା କରିଥିଲେ। ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଅନ୍ତରପଡା ସରପଞ୍ଚ ବସନ୍ତ କୁମାର ଶତପଥି, ନରେନ୍ଦ୍ର ଦେବତା ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମୀର ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ