ଜିଲ୍ଲାସ୍ତରୀୟ ସାମ୍ବାଦିକମାନଙ୍କ ପ୍ରେସ-କ୍ଳବ୍ ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ପରିସର’ରେ ଆଜି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କ ” ଗଜପତି ପ୍ରେସ-କ୍ଳବ୍ ଉଦଘାଟିତ ହୋଇଯାଇଛି ।ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟି “ଗଜପତି ପ୍ରେସ କ୍ଳବ୍” କୋଠା’ର ଶୁଭ ଉଦଘାଟନ କରିଥିଲେ ।ପରେ ଆୟୋଜିତ ଉଦଘାଟନୀ ସଭା’ରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ’ଙ୍କ ସଭାପତିତ୍ବ’ରେ ଉଦଘାଟକ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ସାମ୍ବାଦିକ’ଙ୍କ ସରକାର , ପ୍ରଶାସନିକ ଓ ସମାଜ’ରେ ଏକ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି । ସାମ୍ବାଦିକ ମାନେ ସମାଜ’ର ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ସହ ପ୍ରଶାସନ’କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସୁରାକ ଯୋଗାଇବା’ରେ ସହଯୋଗ କରିଥାନ୍ତି । ତେଣୁ ସେହି ସବୁ ସମ୍ମାନ ଓ ମର୍ଯ୍ୟାଦା’କୁ ଅକ୍ଷୁର୍ଣ୍ଣ ରଖି ସାମ୍ବାଦିକ ମାନେ ସବୁବେଳେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଏଡିଏମ୍: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଭାରାପ୍ରାପ୍ର ପୌର ନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ଼ା ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଦ୍ୱିଜେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ସମାଜ ପାଇଁ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ବହୁ ପ୍ରତିକ୍ଷିତ ଦୀର୍ଘ ଦିନ’ର ଅଭିଳାଷ ଆଜି ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ପାରଳା ପୌର-ପରିଷଦ’ର ସହଯୋଗ ଫଳରେ ଗଜପତି ପ୍ରେସ କ୍ଳବ୍ ହେବା ସମ୍ଭବ ହୋଇଥିବା ଯୋଗୁଁ ଏଥିପାଇଁ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନ ପକ୍ଷ’ରୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା’ଙ୍କ ସମେତ ଏଡିଏମ୍: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଭାରାପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ଼ା’ଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହ ସାଧୁବାଦ୍ ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ