ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ
ମୋହନା, (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ସ୍ଥିତ ଆଦିବାସୀ ବାଳିକା ବିଦ୍ୟା ପୀଠ ଛାତ୍ରୀ ନିବାସର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ବବତୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବେହେରା ଘଟଣା ଜାଣିବା ପରେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀ ଜଣକ ଛୁଟିରେ ଗାଁକୁ ଯାଇଥିବା ବେଳେ ଗାଁ ର ଜଣେ ନାବାଳକ ସହ ସମ୍ପର୍କ ରଖିଥିବା ଜଣାପଡିଛି । ଘଟଣା ସ୍ଥଳରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ନାବାଳିକା ଛାତ୍ରୀକୁ ପାରଳାଖେମୁଣ୍ଡି ଜିଲ୍ଲା ମଙ୍ଗଳ ସମିତିରେ ହସ୍ତାନ୍ତର କରାଯାଇଛି ।


