ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ Features of Indian Constitution, ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ Indian Constitution is a Global Example, ଉଚ୍ଚ ବିଦ୍ୟାଳୟ ସ୍ତରରେ Three Tier System of Panchayatiraj ଏବଂ ମହା ବିଦ୍ୟାଳୟ ସ୍ତରରେ Indian Democracy is an Ideology Universe ବିଷୟରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଡଃ ମିଲିମିତା ପାଢୀ, ଅଧ୍ୟାପକ, ସରକାରୀ ବିଜ୍ଞାନ ମହା ବିଦ୍ୟାଳୟ, ଶ୍ରୀମତୀ କବିତା ସାହୁ, ଅଧ୍ୟାପିକା ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଶ୍ରୀମତୀ ଏମ୍. ଶ୍ରାବନ୍ତୀ ରାଜସ୍ବ ସହାୟିକା ଯୋଗ ଦେଇଥିଲେ । ଇଂରାଜୀ ବକ୍ତୃତା ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ହିମାଂଶୁ ପାତ୍ର, ଦ ନିୟୁ ଏଜ୍ ୟୁରୋ ସ୍କୁଲ ଛତ୍ରପୁର ପ୍ରଥମ ସ୍ଥାନ, ଡି. ଆଦର୍ଶିନୀ ରେଡ୍ଡୀ, ଗଣେଶ ବିଦ୍ୟାପୀଠ, ଛତ୍ରପୁର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରତୀକ୍ ରାଜ୍ ପାଣିଗ୍ରାହୀ କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟ ଇଂରାଜୀ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସାଇ ସ୍ମୃତି ଶତପଥୀ, କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ପ୍ରଥମ ସ୍ଥାନ, ସ୍ମୃତିଶ୍ରୀ ପଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି ଏବଂ ଶ୍ରୀୟାଶ୍ରୀ ବିଷୋୟୀ କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ଯୁଗ୍ମ ଭାବେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଅର୍ଚ୍ଚିତା ପଣ୍ଡା, କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି ଏବଂ ବସୁନ୍ଧରା ପାଣିଗ୍ରାହୀ, ଦ ନ୍ୟୁ ଏଜ୍ ୟୁରୋ ସ୍କୁଲ, ଛତ୍ରପୁର ସ୍ବତନ୍ତ୍ର ଜୁରି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଅନନ୍ୟା ଠାକୁର, କୋର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ, ଛତ୍ରପୁର ପ୍ରଥମ ସ୍ଥାନ, ୟସିତା ପ୍ରଧାନସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ, ଛତ୍ରପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ମୌସୁମୀ ପ୍ରିୟଦର୍ଶିନୀ, ମାଉଣ୍ଟ ଲିଟେରା ଜୀ ସ୍କୁଲ୍ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହା ବିଦ୍ୟାଳୟ ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଶେକ୍ ମୁର୍ଶିଦ ଅହମଦ୍ଦ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ସ୍ମିତା ରାଣୀ ପଣ୍ଡା ମାଉଣ୍ଟ ଲିଟେରା ଜୀ ସ୍କୁଲ, ଗୋବିନ୍ଦପୁର ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ପ୍ରିୟା ଚୌଧୁରୀ, ପ୍ରତିଭା ଆବାସିକ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାର ବିଚାରକ ଭାବେ ପ୍ରମୋଦ କୁମାର ବେହେରା,ସହକାରୀ ଜିଲ୍ଲାପାଳ,ରବୀନ୍ଦ୍ର କୁମାର ପଣ୍ଡା,ସାମ୍ବାଦିକ ଏବଂ ସନ୍ତୋଷ କୁମାର ପାଢୀ, ସାମ୍ବାଦିକ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ