ସଂଜୀବନୀ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସଂଜୀବନୀ ବିଦ୍ୟାମନ୍ଦିରର ତ୍ରୟୋଦଶ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଡେରାବିଶ ସହ ମଣ୍ଡଳ ଶିକ୍ଷା ଅଧିକାରୀ ନରହରି ସୂତାର ଅତିଥି ଭାବରେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ କିଭଳି ଖେଳକୁଦରେ ଅଂଶଗ୍ରହଣ କରିବା ଦ୍ୱାରା ଶାରିରୀକ ଓ ମାନସିକ ବିକାଶ ହୋଇଥାଏ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ନିର୍ମଳ କୁମାର ସ୍ୱାଇଁ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଯୋଗୀତାକୁ ମାନସୀ, ଅସୀମା, ସୁଭାସିନୀ, ସଂଯୁକ୍ତା, କୁନି, ଗୈାରୀ, ସ୍ନେହ, ରତ୍ନମଣୀ ଗୁରୁମାଙ୍କ ସମେତ ଅଜୟ, ବିଶ୍ୱଭୂଷଣ, ବିଜୟ, କାଳନ୍ଦୀ, ରାଜୁ, ଖଗେଶ, ଗଣେଶ ଗୁରୁଜୀ ଓ ସେବୀକା ନିରୁପମା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଲମ୍ବ ଡିଆଁ, ଉଚ୍ଚା ଡିଆଁ, ସଟପୁଟ, ଧୀର ସାଇକେଲ ଚାଳନା, ବାଇଗଣ କାମୁଡା, ଅଖା ଦୈାଡ, ମିଠା ସନ୍ଧାନ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ଶପଥ ପାଠ କରାଯାଇଥିଲା ।