ଶାରୀରିକ ଓ ମାନସିକ ନିର୍ଯାତନା : ମାମଲା ରୁଜ୍ଜୁ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମ ବଡସାହିର ତପସ୍ୱିନୀ ଦାସ ନିଜର ସ୍ୱାମୀ, ଶାଶୁ, ଶ୍ବଶୁର ଓ ଦିଅର ବିରୁଦ୍ଧରେ ଅଭିଯୋଗ ଦାଖଲ କଲାପରେ ପୋଲସରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ମଥୁରା ଗ୍ରାମର ଦଣ୍ଡପାଣି ସାହୁଙ୍କ ଦ୍ଵିତୀୟ କନ୍ୟା ତପସ୍ୱିନୀ ଦାଶ ଓରଫ ତପସ୍ୱିନୀ ସାହୁ ୨୦୨୧ ଡିସେମ୍ବର ୧୩ ତାରିଖ ଦିନ ହିଞ୍ଜିଳିକାଟୁ ଥାନା ଡ଼ି.ଅନ୍ତରିଗାଁ ଗ୍ରାମର ବିଜୟ ଚନ୍ଦ୍ର ଦାସଙ୍କ ଜ୍ୟେଷ୍ଠ ପୁତ୍ର କମଲ ଦାସଙ୍କ ସହ ବୈଦିକ ରୀତିରେ ତାରାତାରିଣୀ ପୀଠରେ ବିବାହ କରିଥିଲେ। ବର ଘରର ଦାବି ମୁତାବକ ଯାନୀ ଯୌତୁକ ବାବଦକୁ ସୁନା ଗହଣା, ଅନ୍ୟାନ୍ୟ ଜିନିଷ ଓ ନଗଦ ଦୁଇ ଲକ୍ଷ ଟଙ୍କା ମିଶାଇ ମୋଟ ୧୦ ଲକ୍ଷ ଟଙ୍କାର ଯୌତୁକ ଦିଆଯାଇଥିଲା। ବିବାହର ୧୪ ଦିନ ପରେ ସ୍ୱାମୀ, ଶାଶୁ, ଶଶୁର, ଓ ଦିଅର ଙ୍କ ଦ୍ୱାରା ନିର୍ଯାତନା ଆରମ୍ଭ ହୋଇଥିଲା। ଏହା ପରେ ନିଜ ସ୍ୱାମୀଙ୍କ ଚାକିରି ସ୍ଥଳ ବାଙ୍ଗାଲୋରରେ ଯାଇ ସମସ୍ତ ପରିବାର ବର୍ଗ ସହିତ ରହିଲେ। ସେଠାରେ ପରିବାର ଲୋକେ ଏକ କମ୍ପାନୀରେ ଚାକିରୀ କରି ବାକୁ ବାଧ୍ୟ କରିଥିଲେ। ତପସ୍ୱିନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ କମଲ ଅନ୍ୟ ଝିଅ ସହିତ ଅବୈଧ ସମ୍ପର୍କ ରଖି ତାଙ୍କୁ ଅବହେଳା କରିବାକୁ ଲାଗିଲେ। ଫଳରେ ସେ ବାଧ୍ୟ ହୋଇ ନିଜ ପିତାମାତାଙ୍କୁ ଜଣାଇଲେ। ଶେଷରେ ଦିଅର ମଙ୍ଗଳ ସୂତ୍ର ଓ ମୁଦି ଛଡାଇ ନେବା ସହିତ ସ୍ୱାମୀ ଓ ଦିଅର ମିଶି ମାଡ଼ଦେଇଥିଲେ।ଏହି ବିଷୟ ନେଇ ତପସ୍ୱିନୀ ବାଙ୍ଗାଲୋର( କର୍ଣ୍ଣାଟକ ) ଅମୃତାଳି ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଅମୃତଳୀ ଥାନା ଅଧିକାରୀ ତପସ୍ୱିନୀଙ୍କ ସ୍ୱାମୀ କମଲ ଦାସଙ୍କୁ ଡାକି ନିଜ ସ୍ତ୍ରୀକୁ ଓଡିଶା ସ୍ଥିତି ନିଜ ପିତାଙ୍କ ବାସଭବନ ରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। କମଲ ଦାସ ନିଜ ପିତାଙ୍କ ସହିତ ଆଲୋଚନା କରି ତପସ୍ୱିନୀଙ୍କୁ ମଥୁରା ଗ୍ରାମର ତ୍ରିନାଥ ମନ୍ଦିର ନିକଟରେ ଛାଡି ଚାଲିଯାଇଥିଲେ। ନିଜ ଭବିଷ୍ୟତ ଅନ୍ଧକାର ମନେ କରି ପୀଡିତା ତପସ୍ୱିନୀ ଦାସ ପୋଲସରା ଥାନାରେ ସ୍ୱାମୀ, ଶ୍ୱଶୁର, ଶାଶୁ ଓ ଦିଅର ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ପୋଲସରା ଥାନା କେଶ ନମ୍ବର ୪୦/୨୩ ଦଫା ୪୯୮(ଏ),୨୯୮, ୫୦୬,୪ ଡିପି ଆକ୍ଟ ପ୍ରକାରେ ମୋକଦମା ରୁଜ୍ଜୁ ହୋଇଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ