ଲେଡି ଡାକ୍ତରାଣୀଙ୍କ ଦବଙ୍ଗଗିରି

ମୋହନା,(ଯୁଗାବ୍ଦ ନ୍ୟୁଜ୍‌) : ପ୍ରତିବର୍ଷ ଜନସାଧାରଣଙ୍କ ସୁବିଧା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଓ ଲୋକ ମାନଙ୍କର ଜରୁରୀ କାଳିନ ସେବା ଯୋଗାଇଦେବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନାରେ ଏହା ବାଟବଣା ହେଉଥିବାର ଦେଖିବାକୁ ମିଳୁଛି । ଏହା ସହିତ ରାଜ୍ୟ ସରକାରଙ୍କ ତରଫରୁ ୫ ଟି ଲାଗୁହେବା ପରେ ସମସ୍ତ କ୍ଷେତ୍ରରେ ଉନ୍ନତି ହେଉଥିବା ବେଳେ ଗଜପତି ଜିଲ୍ଲା ମୋହନା ମେଡିକାଲରେ ଲେଡି ଡାକ୍ତରରାଣୀଙ୍କ ଦବଙ୍ଗଗିରି ଚାଲିଥିବା ଅଭିଯୋଗ ହୋଇଛି । ମୋହନା ମେଡିକାଲରେ ବର୍ତ୍ତମାନ ଡାକ୍ତର ଅମୃତ ରାଜ ;ଜେନା , ଅଙ୍କିତା ସୁଇ ,ନମିତା ପଣ୍ଡା ,ଲିଲିପ୍ତା ରହୁଥିବା ବେଳେ ଲିଲିପ୍ତା ରୋଗୀ ମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ସ୍ୱାସ୍ଥ ଅଧିକାରୀ ବିପିନ ପାଣିଗ୍ରାହି ଲିଲିପ୍ତ ନାୟକଙ୍କୁ ୨୦୧୭-୨୦୧୮ ରେ ନୂଆଗଡ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ପୁଣି କିଛି ମାସର ଚାକିରି କରିବା ପରେ ରୋଗୀ ମାନଙ୍କ ଠାରୁ ଟଙ୍କା ଶୋଷଣ କରିବା ସହ ଷ୍ଟାପ ନର୍ସ ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା ତେଣୁ ତାଙ୍କୁ ପୁଣି ଥରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ରହିଥିଲେ ।କିିଛି ଦିନ ସୁରୁଖରରେ ରୋଗୀ ମାନଙ୍କର ସେବା କରିଚାଲିଥିବା ବେଳେ ପୁଣୀ ବିଶୃଙ୍ଖଳା ସୃଷ୍ଟି କରିବା ସହ ଆମ୍ବୁଲାନ୍ସ ଗାଡିରେ ବସି ବ୍ରହ୍ମପୁର ସହରକୁ ଚାଲିଆସନ୍ତି । ଏହା ସହ ଲିଲିପ୍ତା ନାହାକ ରୋଗୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ରୋଗୀ ମାନଙ୍କ ଠାରୁ ଲାଂଚ ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ତୁରନ୍ତ ସେହି ଡାକ୍ତରରାଣୀଙ୍କୁ ବଦଳିକରି ଉତ୍ତମ ସେବା ଯୋଗାଇଦେଉଥିବା ଡାକ୍ତର କିମ୍ଭା ଡାକ୍ତରରାଣୀଙ୍କୁ ନିୟୋଜିତ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ