ଗଜପତିର ମହେନ୍ଦ୍ରଗଡ଼ ଠାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଠାରେ ଆଜି ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ୨୫ ତମ ପ୍ରତିଷ୍ଠା ଦିବସରେ ବିଜେଡିର ବରିଷ୍ଠ ନେତା ତଥା ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଜି. ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବୀନ ସରକାରଙ୍କ ଗ୍ରାମାଭିମୁଖୀ ଯୋଜନା ଉପରେ ଗୁରୁତ୍ୱାରୋପ କରିବା ସହ ଦଳର ସଂଗଠନକୁ ସୃଦୁଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ. ଆର. ଉଦୟଗିରି ବ୍ଲକର ଚନ୍ଦ୍ରଗିରି ଏବଂ ରଣାଲଇ ଗ୍ରାମର କେତେକ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଥିଲେ. ପ୍ରତିଷ୍ଠା ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଅନ୍ତର୍ଜାର୍ମି ଗମାଙ୍ଗ, ପୂର୍ଣବାସୀ ନାୟକ ରାୟଗଡ଼ ବ୍ଲକ ଚେୟାରମ୍ୟାନ, ରଞ୍ଜୀବ ସାବନ- ମୋହନା ବ୍ଲକ ଚେୟାରମ୍ୟାନ, ଧେସେଶ୍ୱର ଭୂୟାଁ – ଏସ. ଡି. ସି ର ଭାଇସ ଚେୟାରମ୍ୟାନ, କୁନ୍ତଳା ମଲ୍ଲିକ – ଜେ. ପି ଭାଇସ ଚେୟାରମ୍ୟାନ, ପୁସଲନିବି ରାଜ – ଖଦିବୋର୍ଡ଼ ଚେୟାରମ୍ୟାନ, ଜଗଦୀଶ ରାଓ – ସାଂସଦ ପ୍ରତିନିଧି, ଜଗବନ୍ଧୁ ଦାସ ବରିଷ୍ଠ ବିଜେଡି କର୍ମୀ, ଏସ.ଲିଙ୍ଗରାଜ – ଯୁବ ବିଜେଡି ଜିଲ୍ଲା ରାଷ୍ଟ୍ରୀୟ ପ୍ରମୁଖଙ୍କ ସହ ଆର. ଉଦୟଗିରି ବ୍ଲକର ବହୁ ନେତା ଓ ବିଜେଡି କର୍ମୀ ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ.


