ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଇକୋ ୱାରିୟର ୧୦୮ୟୁନିଟ ରକ୍ତ ସଂଗ୍ରହ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ପରିସରରେ ୭୪ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଞ୍ଜାମ ସ୍ୱେଚ୍ଛାସେବୀ ସଙ୍ଘଠନ” ଇକୋ ୱାରିୟର ” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ରକ୍ତଦାନ ଶିବିରକୁ ବନବିଭାଗର ରେଞ୍ଜର ସିଦ୍ଧାର୍ଥ କୁମାର ସାହୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଗ୍ରାସୀମ ଇଣ୍ଡଷ୍ଟ୍ରିଜର ଜିଏମ – ରବୀନ୍ଦ୍ର କୁମାର ମହାନ୍ତି , ସିଏସଆର ଅଧିକାରୀ ପ୍ରବୀଣ କୁମାରଦାସ, ଆଇଆର ହେଡ଼ ପୁରୁଷୋତ୍ତମ ଶର୍ମା, ଗଞ୍ଜାମ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର,ଆନ୍ତର୍ଜାତିକ ୱାଇଣ୍ଡ ସ୍ପ୍ରିଂ କ୍ରୀଡାବିତ ମନସ୍ପିନି ମହାରଣା ଯୋଗଦାନ କରିଥିଲେ l ଶିବିର କାର୍ଯ୍ୟକ୍ରମ ରେ ରକ୍ତ ସଂଗୃହିତ ନିମନ୍ତେ ବ୍ରହ୍ମପୁର ବ୍ଲଡ଼ ବ୍ୟଙ୍କ ପକ୍ଷରୁ ଡାକ୍ତର ରଶ୍ମିପାଢୀ, ରାମହରୀ ପଣ୍ଡା, ନୀଳମାଧଵ ବାରୀକ, ଚିନ୍ମୟ ବେହେରା, ବାପୁନି ବେହେରା ଯୋଗଦାନ କରି ୧୦୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଇକୋ ୱାରିୟର ପକ୍ଷରୁ ସମସ୍ତ ରକ୍ତ ଦାତଙ୍କୁ ଗୋଟିଏ ଚାର ବଣ୍ଟନ କରାଯାଇ ଜୀବନ ପାଇଁ ଯେପରି ରକ୍ତ ବିନ୍ଦୁ ଟିଏ ଲୋଡ଼ା ସେପରି ପରିବେଶ ପାଇଁ ବୃକ୍ଷ ଲୋଡ଼ା ବୋଲି ବାର୍ତ୍ତା ଦିଆଯାଇଥିଲା। ଏହି ରକ୍ତଦାନ ଶିବିର ଟିକୁ ଈକୋ ୱାରିୟର ଗ୍ରୁଫର ଅଖିଳ ତରାଇ,ପ୍ରଭାତ ବିଶ୍ବାଳ,ସିମାଞ୍ଚଳ ଦାସ,ସନ୍ତୋଷ ତରାଇ,ପ୍ରକାଶ ରେଡ୍ଡୀ,ଦୁର୍ଯୋଧନ ରେଡ୍ଡୀ, ଅକ୍ଷୟ ପଲାଇ,ଗୁରୁନାଥ ରେଡ୍ଡୀ,ପ୍ରଭାତ ସାହୁ, କିରତ ରେଡ୍ଡୀ, କରୁଣାକର ରେଡ୍ଡୀ,ପ୍ରଶାନ୍ତ ସାହୁ,ପ୍ରଶାନ୍ତ ସାହୁ,ଟୁକୁନା ରେଡ୍ଡୀ,ଅଭିରାମ ଗୋଡ଼, ତ୍ରିପତି ସାହୁ,ପ୍ରଣବ ପ୍ରଧାନ,ବଳରାମ ରେଡ୍ଡୀ ଏହାକୁ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ , ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ରକ୍ତଦାନ ଶିବିର ଆୟୋଜନ କରିବା ସହ, ବୃକ୍ଷ ରୋପଣ, ଏବଂ ବେଳାଭୂମି ସଫେଇ , କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି ସଙ୍ଘଠନ।