ପୁସ୍ତକ ମେଳାରେ ଡିଏଭି ପବ୍ଲିକ ସ୍କୁଲର ସାଂସ୍କୃତିକ ବିଚିତ୍ରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ରାଜ୍ୟ ସ୍ତରୀୟ ପୁସ୍ତକ ମେଳାର ସପ୍ତମ ସନ୍ଧ୍ୟାରେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଂଗୀତ, ଗଳ୍ପ, ନାଟକ ଦ୍ୱାରା ଶିକ୍ଷାର ମହତ୍ୱ ଓ କନ୍ୟା ଶିଶୁର ସୁରକ୍ଷା ପରି ସାମାଜିକ ବାର୍ତ୍ତା ପ୍ରଦାନ କରାଯିବା ସହ ପୁସ୍ତକ କିଣି ପଢିବା ପାଇଁ ସଚେତନ କରାଯାଇଥିଲା । କୁନି କୁନି ପିଲାମାନଙ୍କଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମନୋମୁଗ୍ଧକର ହେବା ସହ ପାଞ୍ଚ ଶହରୁ ଉର୍ଦ୍ଧ ଦର୍ଶକଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେମାନଙ୍କ କଳା ନୈପୁଣତା ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ସାଂସ୍କୃତିକ ଉପସ୍ଥାପକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେମାନଙ୍କ ମଧ୍ୟରେ ନମ୍ରତା ଆଚାର୍ଯ୍ୟ, ଶ୍ରେୟାସ୍ଥିତି ବେହେରା, ସଚ୍ଚିଦାନନ୍ଦ ଦାଶ, ସ୍ୱୟଂଜିତ ବିଶ୍ୱାଳ, ହିମାଂଶୁ ନାୟକ, ଗାୟତ୍ରୀ ପ୍ରିୟଦର୍ଶିନୀ ଜେନା ଓ ଦିବ୍ୟଶ୍ରୀ ଦେବତା ପ୍ରମୁଖ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଦିକ୍ଷିତା ଆଚାର୍ଯ୍ୟ ଓ ପ୍ରତ୍ୟାଶା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଚିନ୍ମୟୀ ଦାଶ, ସୁପ୍ରିୟା ବେହେରା, ସୋନାଲି ରାଉତ, ସୁଭଦ୍ରା ବିଶ୍ୱାଳ, ପ୍ରଭାସିନୀ ମହାନ୍ତି, ମମତା ଲେଙ୍କା, ଶୁଭଶ୍ରୀ ସୁତାର, ସୋନି ବେହେରା, ଗାୟତ୍ରୀ ବାରିକ, ରିନୁ ମହାନ୍ତି, ସଙ୍ଗୀତା ମୁଦୁଲି ଓ କେ ନାଗାରତନମ ପ୍ରମୁଖ ପ୍ରସ୍ତୁତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ