କେନ୍ଦ୍ରାପଡା କଲେଜ ରାଜନୀତି ବିଜ୍ଞାନ ବିଭାଗ ଜାତୀୟ ସମ୍ପାନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜନୀତିବିଜ୍ଞାନ ବିଭାଗ ପକ୍ଷରୁ ଏକ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ଆସନ୍ତା ଫେବୃୟାରୀମାସ ୨୨ଓ ୨୩ ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜାତୀୟ ଆଲୋଚନା ଚକ୍ରଟି କିପରି ସୁରୁଖୁରୁରେ ଏବଂ ସୈାହାର୍ଦ୍ୟପୂର୍ଣ୍ଣ ବାତାବରଣରେ ଶେଷ ହେବ ସେ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ପ୍ରାଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ, ପ୍ରାଧ୍ୟାପକ ଜ୍ଞାନୀନ୍ଦ୍ର ଦାସ, ମେଜର ମନୋରଞ୍ଜନ ମହାନ୍ତି, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଶାନ୍ତ ସାହୁଙ୍କ ସମେତ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


