ଶିବାନନ୍ଦ ଆଶ୍ରମର ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଉପଲକ୍ଷେ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଫେବୃୟାରୀମାସ ୫ତାରିଖ ପର୍ଯ୍ୟନ୍ତ ସପ୍ତଦିନ ବ୍ୟାପି ଅନୁଷ୍ଠିତ ହେବ । ରବିବାର ଯଜ୍ଞାଧିବାସ ସୋମବାର ଯଜ୍ଞକଳସ ଯାତ୍ରା ଓ ଯଜ୍ଞ ଆହୁତି ପ୍ରାରମ୍ଭ ହେବ । ପ୍ରତ୍ୟେକ ଦିନ ପ୍ରାତଃ ପ୍ରାର୍ଥନା, ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା, ସୂର୍ଯ୍ୟପୂଜା, ଗୋପୂଜା, ଯୋଗାସନ ସହିତ ଆଧ୍ୟାତ୍ମିକ ଆଲୋଚନାଚକ୍ର, ସତସଙ୍ଗ ପ୍ରବଚନ, ଶିବାନନ୍ଦ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେହ ପୂର୍ବାହ୍ନରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତା ଓ ବେଦ ପାଠ ସହିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨ତାରିଖରେ ମହିଳା ମାନଙ୍କ ଦ୍ୱାରା ଗୀତା, ଭାଗବତ ଓ ଲକ୍ଷ୍ମୀପୁରାଣ ପାଠ ସହିତ ଭଜନ, ଜଣାଣ ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏଥିସହିତ ସେହିଦିନ ଜଗତପୁରସ୍ଥିତ ସଦଗୁରୁ କ୍ୟାନସର ହସପିଟାଲର ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆଶ୍ରମ ପରିସରରେ ଅନୁଷ୍ଠିତ ହେବ । ଏଥିରେ କର୍କଟ, ଭେଷଜ ଏବଂ ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୩ତାରିଖରେ ନିଆଳି ଶିବାନନ୍ଦ ଆଶ୍ରମ ଅନ୍ୟ ସଂଗଠନମାନଙ୍କ ଦ୍ୱାରା “ଆଜିର ସମାଜରେ ଯଜ୍ଞର ଆବଶ୍ୟକତା” ଶୀର୍ଷକ ସାହିତ୍ୟ ଆଲୋଚନା ଚକ୍ର ଓ ସନ୍ଧ୍ୟାରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ୪ତାରିଖରେ ଶିବାନନ୍ଦ ବିଦ୍ୟାମନ୍ଦିରର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ । ୫ତାରିଖରେ ସନ୍ଥ ଓ ଶ୍ରୀବଳଦେବଜୀଉଙ୍କ ପୂଜକଙ୍କୁ ପୂଜନ କରାଯିବା ସହ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୀତା ଓ ବେଦପାଠ କରାଯିବ ସହ ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ