ଡୁମାକୁମ୍ପା କ୍ଳଷ୍ଟର ରେ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରରେ ଥିବା ବିଦ୍ୟାଳୟ ଗୁଡିକରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଙ୍କ ସମେତ ଅନ୍ୟ କ୍ଳଷ୍ଟରକୁ ବଦଳି ହୋଇ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଡୁମାକୁମ୍ପା କ୍ଳଷ୍ଟରକୁ ଅନ୍ୟ କ୍ଳଷ୍ଟରୁ ଆସିଥିବା ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ଓ ନବ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପରି ମୋଟ ପଚିଶି ଜଣ ଙ୍କୁ ଆଜି ସ୍ଥାନୀୟ ଡହ ସ୍ଥିତ ଜଳ ସେଚନ ବିଭାଗ ବଙ୍ଗଳା ପରିସରରେ ଅନୁଷ୍ଠିତ ସଭାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଏବିଇଓ ନେତାଜୀ ବିଷୋୟୀ ଯୋଗ ଦେଇ ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିପଦ ବନ୍ଧୁ ରାଉତ, ସାର୍ଦ୍ଦୁଳର ପୂର୍ବତନ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଦାସ, ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଟିକିରାମ ସାହୁ, ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ବେହେରା, ପୂର୍ବତନ ସି.ଆର୍.ସି.ସି ବିଜୟ କୁମାର ବିଷୋୟୀ, ପୂର୍ବତନ ସି.ଆର୍.ସି.ସି ପ୍ରଦୀପ କୁମାର ସାସମଲ ,ବରିଷ୍ଠ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ, ହାଡୁବନ୍ଧୁ ନାୟକ, ଅଶ୍ବିନି କୁମାର ବେହେରା, କୁଞ୍ଜବିହାରୀ ମଲ୍ଲିକ,କାଳିଚରଣ ନାୟକ, ବଂଶୀଧର ଦଣ୍ଡିଆ ପ୍ରମୁଖଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏହି ଅବସରରେ କ୍ଳଷ୍ଟରରେ ଯୋଗ ଦେଇଥିବା ନବାଗତ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ,ଶରତ ଚନ୍ଦ୍ର ଗୌଡ, ମନୁ ଗୌଡ, ଉପେନ୍ଦ୍ରନାଥ ପ୍ରଧାନ, ସୁଦାମ ଦଳବରା, ଶ୍ୟାମ ସୁନ୍ଦର ରାଓ, ହରେ କୃଷ୍ଣ ଦାସ,ମୋହନଲାଲ ପ୍ରଧାନ, ଶିକ୍ଷୟିତ୍ରୀ ସାଗରିକ ସାହୁ, ଆରତୀ ଦେବୀ ,ପି.ସିଲା ଚାର୍ଲସ୍ ତଥା ସି.ଆର୍.ସି.ସି ତ୍ରିନାଥ ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମ ଆରମ୍ଭରେ ଗତ କରୋନା ସମୟରେ ମୃତ୍ୟୁବରଣ କରିଥିବା ଶିକ୍ଷକ କୁଶଧ୍ବଜ ସେଠୀ ଏବଂ ବିରେନ୍ଦ୍ର ଗୌଡ ଙ୍କ ଅମର ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ପ୍ରଦୀପ କୁମାର ଗୌଡ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସିଦ୍ଧାର୍ଥ କୁମାର ଶତପଥୀ, ସନ୍ତୋଷ ରଥ, ଦାଶରଥୀ ବିଷୋୟୀ, ପ୍ରଦୀପ କୁମାର ଶାସମଲ, ସୁଶାନ୍ତ ନାୟକ, ସନ୍ତୋଷ କୁମାର ବେହେରା, ବିଶ୍ବଜିତ ସ୍ବାଇଁ, ମହେଶ୍ବର ବିଶ୍ବାଳ, ତ୍ରିନାଥ ପ୍ରଧାନ,ରମେଶ ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ନାୟକ,ଗଣେଶ ନାୟକ,ଅଭିଶେଷ ନାୟକ ,ମନମୋହନ ପାଣିଗ୍ରାହୀ , ସଚିତ୍ର ନାୟକ,ଶିକ୍ଷୟିତ୍ରୀ ମାଳତୀ ପଟ୍ଟନାୟକ,ମମତା ସାହୁ,ସୁବାସିନୀ ବେହେରା ,ସବିତା ବେହରା,ନମିତା ପୃଷ୍ଟି ପ୍ରମୁଖ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ରନାଥ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ